fbpx
BSKY SKY
BSKY SKY

ରାଜଧାନୀରେ ଚୋରକୁ ଧରିବ ଗୁଗୁଲ ମ୍ୟାପ୍

BSKY

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଚୋର ଏବଂ ଲୁଟେରାଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଭିନ୍ନ କୌଶଳ ମାଧ୍ୟମରେ ଚୋରର ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏନେଇ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ । ଏଣିକି ଗୁଗୁଲ ମ୍ୟାପ୍ ଜରିଆରେ ଧରାପଡ଼ିବ ଚୋର । ଟେକ୍ନୋଲୋଜି ସହାୟତାରେ ଚୋର ଏବଂ ସାଇବର ଅପରାଧୀଙ୍କୁ ଧରିବା ପାଇଁ ନକ୍ସା ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏଥିପାଇଁ ବିଭିନ୍ନ ଟେଲିକମର ସହାୟତା ନେବ ପୋଲିସ । ବିଶେଷ କରି ଜେଲ ଫେରନ୍ତା ଅପରାଧୀଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଉଛି । ପ୍ରତି ଅପରାଧୀଙ୍କୁ ଡିସିପି ମନିଟରିଂ କରିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ର୍ରିୟଦର୍ଶୀ ।

Get real time updates directly on you device, subscribe now.