fbpx

PM Kisaan Yojnaରେ ମିଳିବ ଡବଲ ଫାଇଦା! ମହିଳା କୃଷକଙ୍କୁ ସରକାର ଦେବେ ବଡ଼ ଉପହାର

ନୂଆଦିଲ୍ଲୀ: କୃଷକମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ପିଏମ କିସାନ ସମ୍ମାନ ନିଧି ଯୋଜନା ଜାରି ରଖିଛନ୍ତି । ଦେଶର କୃଷକଙ୍କୁ ଆର୍ଥିକ ସହାୟତା ଭାବରେ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେଉଛନ୍ତି ମୋଦୀ ସରକାର । କିନ୍ତୁ ବର୍ତ୍ତମାନ ଏହି ରାଶିରେ ପରିବର୍ତ୍ତନ ହୋଇପାରେ । ଏଣିକି ପିଏମ କିସାନ ସମ୍ମାନ ନିଧି ଯୋଜନାରେ ଡବଲ ଟଙ୍କା ପାଇପାରନ୍ତି ଦେଶର କୃଷକ । ବାର୍ଷିକ ୬ ହଜାର ପରିବର୍ତ୍ତେ ୧୨ ହଜାର ଟଙ୍କା ଲେଖାଏଁ କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର ।

ବର୍ତ୍ତମାନ ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ସରକାର ଦେଶର କୃଷକମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେଉଛନ୍ତି । କିନ୍ତୁ ଆଗାମୀ ଦିନରେ ଏହି ରାଶି ୬ ହଜାର ପରିବର୍ତ୍ତେ ୧୨ ହଜାର ଟଙ୍କାକୁ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି । ଆସନ୍ତା ଫେବୃଆରୀ ୧ ତାରିଖରେ ହେବାକୁ ଥିବା ବଜେଟରେ ଏହି ଯୋଜନା ଉପରେ ବଡ଼ ଘୋଷଣା କରାଯାଇପାରେ । ତେବେ ଏହି ଯୋଜନାକୁ ମଞ୍ଜୁରୀ ମିଳିଲେ ସରକାରଙ୍କ ଉପରେ ବାର୍ଷିକ ୧୨୦ ଆରବ ଟଙ୍କା ବଜେଟ ବଢିବ । ରିପୋର୍ଟ ଅନୁସାରେ, ଏହି ଯୋଜନା ଲାଗୁ କରି ମହିଳା ସଶକ୍ତିକରଣକୁ ଆଉ ଏକ ପାଦ ଆଗକୁ ବଢାଇବାକୁ ଚାହିଁବେ ସରକାର । ଏ ନେଇ କୃଷି ମନ୍ତ୍ରାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ କୌଣସି ସୂଚନା ଦେବା ପାଇଁ ମନା କରିଦେଇଛନ୍ତି ।

ବର୍ତ୍ତମାନ ଦେଶରେ ୨୬ କୋଟିରୁ ଅଧିକ କୃଷକ ପରିବାର ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ବା ଅଧିକ ପରିବାର ହେଉଛନ୍ତି ମହିଳା । ସରକାରୀ ରିପୋର୍ଟ ଅନୁସାରେ, ଏଥିରୁ ୧୩ ପ୍ରତିଶତ ଜନସଂଖ୍ୟା ହିଁ କୃଷି ଜମିର ମାଲିକ ରହିଛନ୍ତି । ତେବେ ଗତ କିଛି ବର୍ଷରେ କୃଷକମାନଙ୍କୁ ଆର୍ଥିକ ସହାୟତା କରିବା ପାଇଁ ନଗଦ କ୍ୟାସ୍ ଯୋଗାଇ ଦେଉଛନ୍ତି । ଗତବର୍ଷ ନଭେମ୍ବର ପର୍ଯ୍ୟନ୍ତ ଏହି ଯୋଜନାରେ ୧୫ଟି କିସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ତେବେ ଆଗକୁ ଏହି ଯୋଜନାରେ ରାଶି ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.