fbpx

ରାମମଲଲାଙ୍କ ପ୍ରାଣପ୍ରତିଷ୍ଠା ଜାନୁୟାରୀ ୨୨ରେ କାହିଁକି ? ଆପଣଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିଲେ ଜାଣି ନିଅନ୍ତୁ ଉତ୍ତର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନକୁ ନେଇ ଦ୍ରୁତ ଗତିରେ ପ୍ରସ୍ତୁତି ଆଗେଇ ଚାଲିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଦେଶର ବହୁ ମାନ୍ୟଗଣ ବ୍ୟକ୍ତି ସାମିଲ ହେବେ । ଏମାନଙ୍କ ମଧ୍ୟରେ ଧାର୍ମିକ ଓ ଆଧ୍ୟାତ୍ମିକ ଗୁରୁଙ୍କ ସହିତ ଫିଲ୍ମ ତାରକା,ଖେଳାଳି, ଓ ବହୁ ବଡ ବ୍ୟବସାୟୀ ବି ରହିଛନ୍ତି ।

ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ଧାର୍ଯ୍ୟ କରାଯାଇଛି । ଏହି ଶୁଭ ସମୟ ୨୨ ଜାନୁୟାରୀ ୨୦୨୪ ଦିନ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ମିନିଟ୍ ୩୨ ସେକେଣ୍ଡ ପର୍ଯ୍ୟନ୍ତ ରହିଛି । ତେବେ ବହୁ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିବ କି ରାମଲଲାଙ୍କ ମୂର୍ତ୍ତି ସ୍ଥାପନ ଲାଗି ଏହି ତାରିଖ କାହିଁକି ଚୟନ କରାଯାଇଛି ।

ହିନ୍ଦୁ ପୌରାଣିକ କଥା ଅନୁସାରେ ଭଗବାନ ରାମଙ୍କ ଜନ୍ମ ଅଭିଜିତ ମୁହୂର୍ତ୍ତ , ମୃଗଶୀର୍ଷ ନକ୍ଷତ୍ର, ଅମୃତ ସିଦ୍ଧି ଯୋଗ ଓ ସର୍ବାର୍ଥ ସିଦ୍ଧି ଯୋଗର ସଙ୍ଗମରେ ହୋଇଛି । ଏହି ସମସ୍ତ ଶୁଭ ଯୋଗ ୨୨ ଜାନୁୟାରୀ ୨୦୨୪ରେ ପୁଣି ପଡୁଛି । ଏହି କାରଣରୁ ଏହା ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଉପଯୁକ୍ତ ସମୟ ଭାବରେ ଧାର୍ଯ୍ୟ କରାଯାଇଛି ।

ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ୨୨ ଜାନୁୟାରୀରେ ସ୍କୁଲ କଲେଜ ଛୁଟୀ ଘୋଷଣା କରିଛନ୍ତି । ଏହିଦିନ ସାରା ରାଜ୍ୟରେ ମଦ ବିକ୍ରୀ ଉପରେ ପ୍ରତିବନ୍ଧ ଲଗାଯାଇଛି । ଯୋଗୀ ଆଦିତ୍ୟନାଥ କହିଛନ୍ତି ୨୨ ଜାନୁୟାରୀ ଶ୍ରୀରାମଲଲାଙ୍କ ନବୀନ ବିଗ୍ରହରେ ପ୍ରାଣ ପ୍ରତିଷ୍ଠାର ରାଷ୍ଟ୍ରୀୟ ଉତ୍ସବ ଅଟେ । ଏହି କାରଣରୁ ସାଧାରଣ ଜନତା କିପରି ଏହି ପବିତ୍ର ମୁହୂର୍ତ୍ତକୁ ଭଲ ଭାବରେ ଉପଲବ୍ଧ କରିପାରିବେ ସେଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଛି ।

Get real time updates directly on you device, subscribe now.