fbpx

ଆପଣଙ୍କ ପିଲାମାନଙ୍କଠାରେ ଦେଖାଯାଉଛି କି ଏହି ସବୁ ଲକ୍ଷଣ! ହୋଇପାରେ ପ୍ୟାନିକ ଆଟାକ’ର ସଙ୍କେତ, ଏପରି କରନ୍ତୁ ସୁରକ୍ଷା

ରୋଗ ବୟସ ଦେଖି ଆସିନଥାଏ । ବର୍ତ୍ତମାନ ସମୟରେ ଛୋଟ ପିଲାମାନେ ମଧ୍ୟ ଭୟଙ୍କର ରୋଗର ଶିକାର ହେଉଛନ୍ତି । ଏମାନଙ୍କ ମଧ୍ୟରେ ଅନ୍ୟତମ ହେଉଛି ପ୍ୟାନିକ ଆଟାକ । ଏହା ବଡ଼ ଲୋକମାନଙ୍କ ସହିତ ପିଲାମାନଙ୍କ ମଧ୍ୟରେ ବେଶ ସାଧାରଣ ହେବାରେ ଲାଗିଛି । ଆପଣଙ୍କ ପିଲା ପାଖରେ ମଧ୍ୟ ଏହାର ଲକ୍ଷଣ ଦେଖା ଯାଉଥାଇପାରେ । ଯଦି ଆପଣଙ୍କ ପିଲା ଅଚାନକ ବିଚଳିତ ହୋଇଯାଉଛି କିମ୍ବା ହଠାତ ଚିନ୍ତା କାରଣରୁ ତା’ ଦେହରୁ ହଠାତ ଝାଳ ବାହାରୁଛି ତେବେ ସାବଧାନ ହୋଇଯାଆନ୍ତୁ । ଏହି ଲକ୍ଷଣ ପ୍ୟାନିକ ଆଟାକ’ର ହୋଇଥାଏ । ତେବେ କିଛି ଏପରି ତଥ୍ୟ ରହିଛି ଯାହା ଜାଣିବା ଦ୍ୱାରା ଆପଣ ଆପଣଙ୍କ ପିଲାକୁ ଏପରି ସ୍ଥିତିରେ ସାହାଯ୍ୟ କରିପାରିବେ ।

ପ୍ୟାନିକ ଆଟାକ କ’ଣ?- ପିଲାମାନେ ହୁଅନ୍ତୁ ଅବା ବଡ଼ମାନେ, ଯଦି କୌଣସି କଥାକୁ ନେଇ ବେଶି ଚିନ୍ତା କରିଥାନ୍ତି ବା କୌଣସି ପ୍ରକାର ଟେନଶନ ଅଧିକ ନେଇଥାନ୍ତି ତେବେ ଏହି ଆଟାକ ଆସିଥାଏ । ଏଥିରେ ହଠାତ ହୃଦସ୍ପନ୍ଦନ ବଢ଼ିଯାଇଥାଏ ଏବଂ ନିଃଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇଥାଏ । ଏହା ସହିତ ପିଲା ଥରିବାକୁ ମଧ୍ୟ ଲାଗିଥାଏ । ଠିକ ସମୟରେ ଏହାର ଚିକିତ୍ସା କରାନଗଲେ ହାର୍ଟ ଆଟାକ ପରି ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ଏପରି କରନ୍ତୁ ଏହାର ଚିକିତ୍ସା- କୌଣସି ରୋଗକୁ ଯଦି ସମୟ ଥାଉ ଥାଉ ଚିକିତ୍ସା କରାଯାଏ ତେବେ ବ୍ୟକ୍ତିର ଠିକ ହେବାର ସମ୍ଭାବନା ଅଧିକ ହୋଇଥାଏ । ଯଦି ଆପଣଙ୍କ ପିଲାପାଖରେ ମଧ୍ୟ ଏହାର ଲକ୍ଷଣ ଦେଖାଯାଉଛି ତେବେ ଏହି ଉପାୟ ଆପଣାଇବା ଦ୍ୱାରା ଲାଭ ମିଳିଥାଏ ।

ପିଲାମାନଙ୍କୁ ନିୟନ୍ତ୍ରିତ ରଖନ୍ତୁ- ପିଲାମାନଙ୍କୁ ପ୍ୟାନିକ ଆଟାକ ଆସିବା ସମୟରେ ସେମାନଙ୍କୁ ବିଚଳିତ ଲାଗିଥାଏ ଏବଂ ସେମାନେ ନିଜ ଉପରେ ନିୟନ୍ତ୍ରଣ ହରାଇଥାନ୍ତି । ଏପରି ସମୟରେ ସେମାନଙ୍କ ସହିତ ଭଲରେ କଥା ହୁଅନ୍ତୁ ଏବଂ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ ।

ନିୟମିତ ବ୍ୟାୟାମ କରାନ୍ତୁ- ବ୍ୟାୟାମ ଆମର ଅନେକ ଶାରିରୀକ ସମସ୍ୟାକୁ ଦୂରରେ ରଖିଥାଏ । ଯେବେ ମଧ୍ୟ ଆପଣଙ୍କ ପିଲାକୁ ପ୍ୟାନିକ ଆସୁଛି ତା’କୁ ଦୀର୍ଘ ନିଃଶ୍ୱାସ ନେବାକୁ କୁହନ୍ତୁ । ଏହି ସମୟରେ ଅଶ୍ୱସ୍ତି ଲାଗିବା କାରଣରୁ ନିଃଶ୍ୱାସ ପ୍ରଖର ହୋଇଥାଏ । ସେହି ସମୟରେ ପିଲାମାନଙ୍କୁ ସେମାନଙ୍କ ନିଃଶ୍ୱାସ ଉପରେ ନିୟନ୍ତ୍ରଣ ରଖିବାକୁ କୁହନ୍ତୁ ।

Get real time updates directly on you device, subscribe now.