fbpx

କୁକୁଡ଼ାଙ୍କୁ ଦିଆଯାଉଛି Shilajit-Viagra ମେଡିସିନ୍: ‘ଭୟାନକ ଗେମ୍’ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ମଣିଷ ନୁହେଁ, ଏଣିକି ପଶୁପକ୍ଷୀଙ୍କ ଶକ୍ତି ବଢାଇବା ପାଇଁ ବ୍ୟବହାର ହେଉଛି ଭୟାନକ ଔଷଧ । ଶୀଲାଜିତ୍ ଏବଂ ଭାଇଗ୍ରା ଭଳି ଔଷଧ ଦେଇ କୁକୁଡ଼ାଙ୍କ ଶକ୍ତି ଏକତ୍ର କରିବା ପାଇଁ ଯୋଜନା କରାଯାଉଛି । କାରଣ ଏମାନଙ୍କୁ ନେଇ ଏକ ବଡ଼ ଏବଂ ‘ଭୟଙ୍କର ଗେମ୍’ ପାଇଁ ପ୍ରସ୍ତୁତ କରୁଛି ମଣିଷ ସମାଜ । ଆସୁଛି ମକର ସଂକ୍ରାନ୍ତି, ଏଥିପାଇଁ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା କୁକୁଡ଼ା ଯୁଦ୍ଧ ପାଇଁ ଲୋକମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ସାରା ଦୁନିଆରେ ପ୍ରଚଳିତ ରହିଛି । ଏହି ନିରୀହ ନିର୍ବାକ ପକ୍ଷୀମାନଙ୍କ ମଧ୍ୟରେ ଯୁଦ୍ଧ ଲଗାଇ ରୋଜଗାର କରିବା ପାଇଁ ସେମାନଙ୍କୁ ଶୀଲାଜିତ ଏବଂ ଭାଇଗ୍ରା ଭଳି ମେଡିସିନ୍ ଖୁଆଉଛନ୍ତି ମାଲିକ ।

ମକର ସଂକ୍ରାନ୍ତି ଉପଲକ୍ଷେ ପୃଥିବୀର ବିଭିନ୍ନ ସ୍ଥାନରେ କୁକୁଡ଼ା ଫାଇଟ୍ ଦେଖିବାକୁ ମିଳେ । ଏହି ଯୁଦ୍ଧରେ କୋଟି କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । କିନ୍ତୁ ଚଳିତବର୍ଷ ଏହି ପ୍ରତିଯୋଗିତା ପୂର୍ବରୁ ରାଣୀକ୍ଷେତ ଭଳି ଏକ ରୋଗ ବ୍ୟାପିବାରୁ ଏଥିରେ ଭାଗ ନେବାକୁ ଥିବା କୁକୁଡ଼ା ଅସୁସ୍ଥ ହୋଇ ପଡ଼ିଛନ୍ତି । ରୋଗରେ କୁକୁଡ଼ା କମଜୋର ହୋଇଯିବାରୁ ମାଲିକମାନେ ଭାଇଗ୍ରା ଏବଂ ଅନ୍ୟ ଷ୍ଟେରୋଏଡ ଯୁକ୍ତ ଔଷଧ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ଚେଷ୍ଟା କରୁଛନ୍ତି । ରାଣୀକ୍ଷେତ ଭାରସରେ ସଂକ୍ରମିତ ହୋଇ ଚମ୍ପିଆନ୍ କୁକୁଡ଼ା ମଧ୍ୟ ଅସୁସ୍ଥ ହୋଇଯିବା ସହ ଲଢେଇ କରିବା ସ୍ଥିତି ହରାଇ ବସିଛନ୍ତି । ତେଣୁ ସେମାନଙ୍କ ଶକ୍ତି ବଢାଇବା ପାଇଁ ଅନେକ ବ୍ୟବସାୟୀ କୁକୁଡ଼ାଙ୍କୁ ଶିଲାଜିତ୍, ଭାଇଗ୍ରା ୧୦୦ ଏବଂ ଭିଟାମିନ୍ ଖୁଆଇ ଶକ୍ତିଶାଳୀ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଏହି ମେଡିସିନ୍ କିଛି ସମୟ ପାଇଁ କୁକୁଡ଼ାଙ୍କୁ ଶକ୍ତିଶାଳୀ କରିଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁଖୁବ କ୍ଷତିକାରକ ହୋଇପାରେ ।

ମକର ସଂକ୍ରାନ୍ତି ପାଇଁ ଆନ୍ଧ୍ରପ୍ରଦେଶର ଆନ୍ତରିକ ଅଞ୍ଚଳରେ ହଜାର ହଜାର ଅବୈଧ କୁକୁଡ଼ା ଲଢେଇ ଆଖନା ମଧ୍ୟ ଖୋଲିଥିବା ଦେଖାଯାଇଛି । ଏଠାରେ ଟ୍ରେଡ କୁକୁଡ଼ା ‘ମୃତ୍ୟୁର ଫାଇଟ’ ଲଢିଥାନ୍ତି । ତେବେ ଏଥିରେ ଲୋକଙ୍କର ଖୁବ ଉତ୍ସାହ ଦେଖାଯାଏ । ତେବେ କୁକୁଡ଼ା ଲଢେଇ ଭଳି ଏକ ହୀନ କାର୍ଯ୍ୟକୁ ବାରଣ କରିବା ସହ ଏହିମେଳା ଉପରେ କଟକଣା ଲଗାଯାଇଛି । ୨୦୧୮ ମସିହାରେ ମାନ୍ୟବର ସୁପ୍ରିମାକୋର୍ଟ ଏହି ଲଢେଇକୁ ବନ୍ଦ କରିବା ପାଇଁ ଆଦେଶ ଦେଇଥିଲେ । କିନ୍ତୁ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ଏବେ ପର୍ଯ୍ୟନ୍ତ ମକର ସଂକ୍ରାନ୍ତି ସମୟରେ କୁକୁଡ଼ା ଲଢେଇ ଆୟୋଜନ କରାଯାଉଛି ।

Get real time updates directly on you device, subscribe now.