fbpx

କରୋନା ପରେ ମାନ୍ଦାବସ୍ତାର ଭୟ; ଟେକ୍ ସେକ୍ଟରରେ ହେଉଛି ଛଟେଇ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶ ତଥା ବିଶ୍ୱରେ ବିଭିନ୍ନ ବଡ ବଡ ଏବଂ ଟେକ୍ କମ୍ପାନୀମାନେ ଛଟେଇ ଆରମ୍ଭ କରିଛନ୍ତି । ଫଳରେ ସେଠାରେ କାମ କରିଥିବା କର୍ମଚାରୀମାନଙ୍କର ଚାକିରୀ ଯିବାର ଭୟ ଦେଖିବାକୁ ମିଳିଛି । ତେବେ ପୂର୍ବରୁ ଆମାଜନ, ଟ୍ୱିଟର, ଗୁଗୁଲ ଆଦି କମ୍ପାନୀ ମାନେ କର୍ମଚାରୀଙ୍କ ଛଟେଇ କରିଥିବାବେଳେ ବର୍ତ୍ତମାନ ଏହି ଛଟେଇ ହାୱା ଅନ୍ୟସବୁ ଟେକ୍ କମ୍ପାନୀରେ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ମନରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଏହି ଭଲ ଏବଂ ବଡ କମ୍ପାନୀମାନେ କାହିଁକି କର୍ମଚାରୀମାନଙ୍କୁ ବାହାର କରୁଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ ଛଟେଇକୁ ନେଇ ଏକ୍ସପର୍ଟମାନେ କହିଛନ୍ତି ଯେ କୋଭିଡ ସମୟରେ ହୋଇଥିବା ଲକ୍ଡାଇନ କାରଣରୁ ଟେକ୍ କମ୍ପାନୀଗୁଡିକରେ ବଡ ଧରଣର ନିୟୁକ୍ତି ହୋଇଥିଲା କାରଣ ସେହି ସମୟରେ ପରିବେଶ ଅନୁକୂଳ ଥିଲା । କିନ୍ତି ଯେତେବେଳେ ଲକଡାଉନ୍ ଉଠିଲା ଏବଂ ବଜାର ଖଓଲିଳା ସେହି ସମୟରେ ଟେକ୍ କମ୍ପାନୀ ମାନଙ୍କରେ ମାନ୍ଦାବସ୍ତା ସୃଷ୍ଟି ହେଲା । ଯାହାଫଳରେ କମ୍ପାନୀ ମାଲିକମାନେ କର୍ମଚାରୀଙ୍କ ଛଟେଇ କରିବାକୁ ବାଧ୍ୟ ହେଉଛନ୍ତି ।
ସେଲ୍ସଫୋର୍ସ ସିଇଓ ମାର୍କ ବେନିଫ୍ ଜାନୁଆରୀ ୨୦୨୩ ର ପ୍ରଥମ ସପ୍ତାହରେ ଆଠ ହଜାର କର୍ମଚାରୀଙ୍କୁ ଛୁଟିରେ ପଠାଇବାକୁ ଘୋଷଣା କରିଥିଲେ। ମାର୍କ ବେନିଫ କହିଛନ୍ତି ଯେ ଲକଡାଉନ୍ ସମୟରେ ଲକ୍ଷ ଲକ୍ଷ ଲୋକ ଘରୁ କାମ କରୁଥିଲେ। ଏହି କାରଣରୁ କମ୍ପାନୀର ଟେକ୍ନୋଲୋଜି ଚାହିଦା ବଢୁଥିଲା। କିନ୍ତୁ ଲୋକମାନେ ଅଫିସକୁ ଫେରିବା ମାତ୍ରେ ଟେକ୍ନୋଲୋଜିର ଚାହିଦା କମିଗଲା।

ମେବର୍ଗଙ୍କ ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ପ୍ରାୟ ୧,୦୦,୦୦୦ ଲୋକ ଚାକିରୀ ହରାଇଥିଲେ ଏବଂ ୨୦୨୩ ମସିହାରେ ମଧ୍ୟ ଏହି ପ୍ରକ୍ରିୟା ବନ୍ଦ ହେବା ପରି ମନେ ହେଉନାହିଁ । କାରଣ ଇଣ୍ଡଷ୍ଟ୍ରି ଜବ୍ ଟ୍ରାକିଂ ୱେବସାଇଟ୍ କ୍ଷବଚ୍ଚକ୍ଟଲଲଗ୍ଦ.ଲଚ୍ଚସ ଅନୁଯାୟୀ, ଦୁଇ ଡଜନରୁ ଅଧିକ ଆମେରିକୀୟ ଟେକ୍ କମ୍ପାନୀ କହିଛନ୍ତି ଯେ ସେମାନେ ସେମାନଙ୍କର କର୍ମଜୀବୀଙ୍କୁ ୧୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ହ୍ରାସ କରିବେ। ଯାହା ଜାଣିବା ପରେ ଟେକ କମ୍ପାନୀରେ କାମ କରୁଥିବା କର୍ମଚାରୀ ମାନଙ୍କ ଚିନ୍ତା ବଢିବାର ଲାଗିଛିଛି ।

Get real time updates directly on you device, subscribe now.