fbpx
BSKY
BJD MC SKY
BJD MS SKY

ବାହାରିଲା ଜେଇଇ ମେନ ୨୦୨୩ର ଅଡମିଟ କାର୍ଡ, ଏପରି କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ଜେଇଇ ମେନ ସେଶନ୧ ପରୀକ୍ଷା ୨୦୨୩ର ଆଡମିଟ କାର୍ଡ଼ ଜାରି କରିଛି । ଜେଇଇ ମେନ ସେଶନ ୧ ପରୀକ୍ଷା କାଲି ଅର୍ଥାତ୍ ୨୪ ଜାନୁଆରୀରେ ହେବ । ଏଥିରେ ଇଂଜିନିୟରିଂ (ପେପର ୧, ବିଇ/ବିଟେକ୍) ର ଆଶାବାଦୀଙ୍କ ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ସମସ୍ତ ଆଶାବାଦୀ ଜେଇଇ ମେନ ପରୀକ୍ଷାରେ ସାମିଲ ହେବାକୁ ଯାଉଛନ୍ତି । ସେଥିପାଇଁ ଅଧିକାରିକ ୱେବସାଇଟ jeemain.nta.nic.in କୁ ଯାଇ ନିଜର ଅଡମିଟ କାର୍ଡ ଡାଉନ ଲୋଡ଼ କରିପାରିବେ ।

ଏନଟିଏ ଏହି ବର୍ଷ ସବୁ ପରୀକ୍ଷା ଦିନ ପାଇଁ ଏକସାଙ୍ଗରେ ଆଡମିଟ କାର୍ଡ ଜାରି କରି ନାହାନ୍ତି । ପ୍ରଥମ ଦିନର ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାନୁଆରୀ ୨୧ତାରିଖରେ ବାହାର କରିଥିଲା । ଆଜି ଅନ୍ୟ ଗୁଡିଏ ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାରି କରାଯାଇଛି । ଏନଟିଏ ୦୧ ଫେବୃଆରୀ ପର୍ଯ୍ୟନ୍ତ ପରୀକ୍ଷା ଅୟୋଜନ କରିବ । ଯାହାପାଇଁ ଆଶାବାଦୀ ମାନଙ୍କୁ ଏହି ଅଡ଼ମିଟ କାର୍ଡର ଜେରକ୍ସକୁ ନେଇ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ହେବାକୁ ପଡିବ ।

ଜେଇଇ ମେନ ୨୦୨୩ ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ ଆଶାବାଦୀ ମାନଙ୍କୁ ନିଜ ରେଜିଷ୍ଟ୍ରେସନ ନମ୍ବର ଏବଂ ଜନ୍ମ ତାରିଖ ପକାଇ ଲଗଇନ କରିବାକୁ ପଡିବ । ପରୀକ୍ଷାର୍ଥୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଏ୪ ସାଇଜ ପେପରର ଆଡମିଟ କାର୍ଡ଼ରେ ନିଜ ଦସ୍ତଖସ୍ତ ସହିତ ପହଁଚିବାକୁ ପରୀକ୍ଷା କେନ୍ଦ୍ରରେ ପଡ଼ିବ ।

Get real time updates directly on you device, subscribe now.