ଚୋରା ମୋବାଇଲକୁ ଖୋଜି ବାହାର କରିବ Google: କମାଲ କରିବ ଏହି ସ୍ପେସାଲ Feature

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଆମ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି । ସ୍ମାର୍ଟଫୋନ ମଣିଷର ଜୀବନଶୈଳୀକୁ ଆହୁରି ସହଜ ଏବଂ ସୁବିଧା କରିଦେଇଛି । ଛୋଟରୁ ବଡ଼ ସମସ୍ତ କାମରେ ସ୍ମାର୍ଟଫୋନ ଆମକୁ ଖୁବ ସାହାଯ୍ୟ କରିଛି । ଆଜିକାଲି ନିଜର ସମସ୍ତ ବ୍ୟକ୍ତିଗତ ତଥ୍ୟ ଏବଂ ଡକ୍ୟୁମେଣ୍ଟସ ସ୍ମାର୍ଟଫୋନରେ ରଖିଥାନ୍ତି । ତେଣୁ ଏହା ହଜିଗଲେ କିମ୍ବା ଚୋରି ହୋଇଗଲେ ଯେକୌଣସି ବ୍ୟକ୍ତି ଚିନ୍ତାରେ ପଡ଼ିଯାଆନ୍ତି ଏବଂ ଏହା ବଡ଼ ସମସ୍ୟାର କାରଣ ପାଲଟିପାରେ । କିନ୍ତୁ ବର୍ତ୍ତମାନ ଏହି ସମସ୍ୟାରୁ ମୁକ୍ତି ଦେଇପାରିବ ଗୁଗଲ । ଏକ ସ୍ପେସାଲ ଫିଚର ସାହାଯ୍ୟରେ ହଜି ଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ଫୋନକୁ ଖୋଜିବାରେ ସହାୟକ ହୋଇପାରିବ ଗୁଗଲ ।

ଯଦି ଆପଣଙ୍କ ସ୍ମାର୍ଟଫୋନ୍ ହଜିଯାଇଛି କିମ୍ବା ଚୋରି ହୋଇ ଯାଇଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଗୁଗଲ ଏଥିପାଇଁ ଏକ ଦମଦାର ଫିଚର ପ୍ରଦାନ କରୁଛି, ଯାହାଦ୍ୱାରା ୟୁଜର ନିଜ ମୋବାଇଲକୁ ଖୋଜି ବାହାର କରିପାରିବେ । ତେବେ ଏଥିପାଇଁ ଆଣ୍ଡ୍ରଏଡର ସମସ୍ତ ଫୋନରେ ଏକ ଦମଦାର ଟୁଲ ଦେଉଛି ଗୁଗଲ । ଏହି ଟୁଲ ଜରିଆରେ ୟୁଜର ନିଜ ମୋବାଇଲକୁ ଲୋକେଟ କରିବା ସହ ସୁରକ୍ଷିତ ରଖିପାରିବେ । ଆବଶ୍ୟକ ପଡ଼ିଲେ ଏଥିରେ ଥିବା ଆପଣଙ୍କ ସମସ୍ତ ଡାଟା ମଧ୍ୟ ଇରେଜ୍ କରିପାରିବେ ୟୁଜର । ଏହାକୁ ବ୍ୟବହାର କରିବା ପାଇଁ ଏହିସବୁ ଷ୍ଟେପ୍ସକୁ ଫଲୋ କରନ୍ତୁ:

  • ଆପଣଙ୍କ ସ୍ମାର୍ଟଫୋନରେ ‘ଫାଇଣ୍ଡ ମାଇଁ ଡିଭାଇସ’କୁ ଆକ୍ସେସ କରନ୍ତୁ
  • google.com/android/find କୁ ଯାଆନ୍ତୁ
  • ୟୁଜର ଚାହିଁଲେ ଅନ୍ୟ କୌଣସି ମୋବାଇଲ ଫୋନରୁ ମଧ୍ୟ ‘Find My Device’ ବ୍ୟବହାର କରିପାରିବେ ।
  • ହଜି ଯାଇଥିବା ଫୋନକୁ ଗୁଗଲ ଆକାଉଣ୍ଟରେ ସାଇନ୍ ଇନ୍ କରନ୍ତୁ
  • ବର୍ତ୍ତମାନ ଆପଣ ଏକ ମ୍ୟାପ୍ ଦେଖିପାରିବେ । ଏଥିରେ ମୋବାଇଲର କରେଣ୍ଟ ବା ଶେଷ ଲୋକେସନ ଡାଟା ପାଇପାରିବେ ।
  • ଏହାସହିତ ଏହି ଟୁଲ ଜରିଆରେ ମୋବାଇଲକୁ ଫୁଲ ଭଲ୍ୟୁମରେ ୫ ମିନିଟ ପର୍ଯ୍ୟନ୍ତ ରିଙ୍ଗ କରାଇପାରିବେ ୟୁଜର । ମୋବାଇଲ ସାଇଲେଣ୍ଟ ମୋଡରେ ଥିଲେ ମଧ୍ୟ ରିଙ୍ଗ କରିପାରିବେ ୟୁଜର ।
  • ବର୍ତ୍ତମାନ ଆପଣ ନିଜ ଡିଭାଇସକୁ ସିକ୍ୟୋର କରିପାରିବେ । ଏଥିପାଇଁ ଫୋନକୁ ଲକ୍ କରନ୍ତୁ ଏବଂ ନିଜ କଣ୍ଟାକ୍ଟ ଇନଫୋକୁ ନମ୍ବର ସହ ଡିସପ୍ଲେ କରନ୍ତୁ ।
  • ଆପଣ ଯଦି ଚାହୁଁଛନ୍ତି ଯେ, ଆପଣ ନିଜ ଫୋନକୁ ଖୋଜିପାରିବେ ନାହିଁ, ତେବେ ଆପଣ ସେଥିରେ ସମସ୍ତ ଡାଟା ଇତ୍ୟାଦିକୁ ସଦାସର୍ବଦା ପାଇଁ ଡିଲିଟ ମଧ୍ୟ କରିପାରିବେ ।

ତେବେ ଏହି ‘ଫାଇଣ୍ଡ ମାଇଁ ଡିଭାଇସ’ ବ୍ୟବହାର କରିବା ପାଇଁ ଏହାକୁ ଏନେବଲ କରି ରଖନ୍ତୁ । ଏହାକୁ ଏନେବଲ କରିବା ପାଇଁ ସେଟିଙ୍ଗସରେ ଦିଆ ଯାଉଥିବା ସିକ୍ୟୁରିଟି ଅପ୍ସନକୁ ଯାଆନ୍ତୁ । ଏଥିରେ ଆପଣଙ୍କୁ ‘ଫାଇଣ୍ଡ ମାଇଁ ଡିଭାଇସ’ ଅପ୍ସନ ମିଳିପାରିବ ।