fbpx

୧୫ କୋଟି G-Mail ବ୍ୟବହାରକାରୀଙ୍କ ଆକାଉଣ୍ଟରେ ରହିବ ‘ଟୁ ଫ୍ୟାକ୍ଟର’ ଅଥେନ୍ଟିକେସନ

Advertisement

ନୂଆଦିଲ୍ଲୀ: ଗୁଗଲ ଏହାର ୟୁଜର୍ସଙ୍କ ଆକାଉଣ୍ଟରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । କମ୍ପାନୀ କହିଛି ଯେ ସେ ଏହାର ୧୫ କୋଟି ବ୍ୟବହାରକାରୀଙ୍କ ଆକାଉଣ୍ଟରେ ‘ଟୁ ଫ୍ୟାକ୍ଟର’ ଅଥେନ୍ଟିକେସନକୁ ଆକ୍ଟିଭ କରିବାକୁଯାଉଛି ।

ପ୍ରକୃତରେ ଏହି ‘ଟୁ ଫ୍ୟାକ୍ଟର’ ଅଥେନ୍ଟିକେସନ କୌଣସି ବି ଆକାଉଣ୍ଟକୁ ଅଧିକ ସୁରକ୍ଷିତ କରିଥାଏ । କେବଳ ଗୁଗଲ ନୁହେଁ ଅନ୍ୟ କମ୍ପାନୀମାନେ ମଧ୍ୟ ଏହି ସେବା ପ୍ରଦାନ କରିଥାନ୍ତି । ଗୁଗଲ ଏକ ବିବୃତ୍ତିରେ କହିଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ୧୫ କୋଟି ଆକାଉଣ୍ଟରେ ‘ଟୁ ଫ୍ୟାକ୍ଟର’ ଅଥେନ୍ଟିକେସନକୁ ଆକ୍ଟିଭ କରାଯିବ । ୨୦ ଲକ୍ଷ ‘ୟୁ ଟ୍ୟୁବ’ କ୍ରିଏଟର୍ସଙ୍କୁ ମଧ୍ୟ ‘ଟୁ ଫ୍ୟାକ୍ଟର’ ଅଥେନ୍ଟିକେସନ ପାଇଁ ଏନରୋଲ କରାଯିବ । ‘ଟୁ ଫ୍ୟାକ୍ଟର’ ଅଥେନ୍ଟିକେଶନ ହ୍ୟାକିଂ ପରି କୌଣସି ଅବୈଧ ଅନୁପ୍ରବେଶକୁ ରୋକିବାରେ ଏକ ଭଲ ଟୁଲ୍ସ ଅଟେ, ଏହା ଆକାଉଣ୍ଟ ଏବଂ ନେଟୱର୍କ ସୁରକ୍ଷିତ ରଖିଥାଏ ।

‘ଟୁ ଫ୍ୟାକ୍ଟର’ ଭେରିଫିକେସନକୁ କୌଣସି ଆକାଉଣ୍ଟକୁ ଅଧିକ ସୁରକ୍ଷିତ କରିବା ପାଇଁ ଦିଆଯାଇଥାଏ । ଏଭଳି ସ୍ଥିତିରେ ଯଦି ଆପଣଙ୍କ ପାସୱାର୍ଡ କାହା ପାଖରେ ଥାଏ ତେବେବବି ଆକାଉଣ୍ଟକୁ ଖୋଲିପାରିବ ନାହିଁ । କାରଣ ଆପଣଙ୍କ ପାଖକୁ ମେସେଜ ଆସି

Get real time updates directly on you device, subscribe now.