fbpx
BSKY
BJD MC SKY
BJD MS SKY

୫ଟି ଫୋନରେ ଗୋଟିଏ ପ୍ରକାର ମାଲଓୟାର: ୪ ସପ୍ତାହ ପରେ ପେଗାସସ୍ ସାଇବର ବିବାଦର ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ସାଇବର ବିବାଦର ଯାଞ୍ଚରେ ସହଯୋଗ କରୁନି କେନ୍ଦ୍ର । ଏ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିଯୁକ୍ତ ଟେକ୍ନିକାଲ ଏବଂ ସୁପରଭିଜନାରୀ କମିଟି ସୂଚନା ଦେଇଛନ୍ତି । ଯାଞ୍ଚ ହୋଇଥିବା ୨୯ଟିରୁ ୫ଟି ମୋବାଇଲ ଫୋନରେ ଗୋଟିଏ ପ୍ରକାରର ‘ମାଲଓୟାର’ ମିଳିଥିବା ବୁଧବାର ଦିନ ଜାଣିବାକୁ ମିଳିଛି । ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି ରମଣ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ହାଇକୋର୍ଟର ଏହି ବେଞ୍ଚ କହିଛନ୍ତି ଯେ, ୩ଟି ବିଭାଗରେ ପ୍ୟାନେଲ ନିଜର ଲମ୍ବା ରିପୋର୍ଟ ପ୍ରଦାନ କରିଛି । ତେବେ ଏଥିମଧ୍ୟରୁ ଗୋଟିଏରେ ନାଗରିକଙ୍କ ବ୍ୟକ୍ତିଗତ ଅଧିକାର ଏବଂ ଦେଶର ସାଇବର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିୟମରେ ସଂଶୋଧନ ଆଣିବା ପାଇଁ ପ୍ରସ୍ତାବ ଦିଆଯାଇଛି । ତେବେ ୪ ସପ୍ତାହ ପରେ ଅଦାଲତରେ ଏ ମାମଲାର ଶୁଣାଣି କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ପର୍ଯ୍ୟବେକ୍ଷଣ ନ୍ୟାୟାଧୀଶ ଆର.ଭି. ରବିନ୍ଦ୍ରନଙ୍କ ରିପୋର୍ଟକୁ ୱେବସାଇଟରେ ଅପଲୋଡ କରାଯିବ । ସେହିପରି ଅନ୍ୟ ରିପୋର୍ଟରେ ସଂଶୋଧିତ ଅଂଶ ପକ୍ଷକାରମାନଙ୍କୁ ଦେବା ନେଇ ଅପିଲ ଉପରେ ବିଚାର କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟର ବେଞ୍ଚ । ଅଭିଯୋଗ ପରେ ୨୯ଟି ମୋବାଇଲ ଫୋନକୁ ଯାଞ୍ଚ କରାଯାଇଥିଲା । ସେଥିରୁ ୫ଟି ଫୋନରେ ସମାନ ପ୍ରକାର ମାଲଓୟାର ଚିହ୍ନଟ ହୋଇଛି । କେବଳ ସେତିକି ନୁହେଁ, କେନ୍ଦ୍ର ସରକାର ମଧ୍ୟ ଏହି ତଦନ୍ତରେ ସହଯୋଗ କରୁ ନଥିବା ସମିତି ତରଫରୁ କୁହାଯାଇଛି । ତେବେ ଏଥିରେ ପେଗାସସ୍ ଥିବାର ମଧ୍ୟ ଜଣାପଡିନାହିଁ ।

Get real time updates directly on you device, subscribe now.