fbpx

ମୋତେ ଅଶ୍ଳୀଳ ଫିଲ୍ମ କେସରୁ ମୁକ୍ତ କର: କୋର୍ଟଙ୍କୁ ରାଜ କୁନ୍ଦ୍ରାଙ୍କ ନିବେଦନ

ମୁମ୍ବାଇ: ବିଜନେସ ମ୍ୟାନ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା ମୁମ୍ବାଇର ମାଜଷ୍ଟ୍ରେଟ କୋର୍ଟକୁ ଏକ ଆବେଦନ ପତ୍ର ଦେଇଛନ୍ତି । ସେହି ଆବେଦନ ପତ୍ରରେ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ତିଆରି କରିବା ଓ ଏହାକୁ ବିତରଣ କରିବା ସମ୍ବନ୍ଧରେ ହୋଇଥିବା କେସରୁ ମୁକ୍ତ କରିବା ପାଇଁ ଏସ୍ପିଙ୍କ ଜରୀଆରେ କୋର୍ଟକୁ ଆବେଦନ କରିଛନ୍ତି । ତେବେ ୨୦୨୧ ମସିହା ଜୁଲାଇ ମାସରେ ଏହି ଘଟଣାକୁ ନେଇ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ସେ ଜାମିନରେ ବାହାରକୁ ଆସିଛନ୍ତି । ରାଜ କୁନ୍ଦ୍ରା ଓକିଲ ପ୍ରଶାନ୍ତ ପାଟିଲ ୨୦ ଜୁଲାଇରେ ତାଙ୍କ ଜାମିନ ପାଇଁ ଆବେଦନ କରିଥିଲେ ଯାହାର ଶୁଣାଣି ବୁଧବାର ହୋଇଥିଲା । ଏହି ଆବେଦନ ପତ୍ରରେ ରାଜ କୁନ୍ଦ୍ରା ତାଙ୍କ ଉପରେ ହୋଇଥିବା କେସରୁ  ମୁକ୍ତ କରିବା ପାଇଁ କୋର୍ଟକୁ ନିବେଦନ କରିଛନ୍ତି ।

ରାଜ କୁନ୍ଦ୍ରାଙ୍କ ଆବେଦନ ପତ୍ରରେ ଏହା କୁହାଯାଇଛି ଯେ ସେ କରିଥିବା ଅପରାଧର ଅଭିଯୋଗରେ ପୋଲିସ ନିକଟରେ  କୌଣସି ପ୍ରମାଣ ନାହିଁ । ଏହା ବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ କୌଣସି ଅପରାଧିକ ଉଦ୍ଦେଶ୍ୟରେ  ଦୋଷୀ ସାବ୍ୟସ୍ତ କରିନାହିଁ । ତେବେ ଏହି ମାମଲାରେ ସେପ୍ଟେମ୍ବର ୮ ତାରିଖ ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କୁ ତାଙ୍କର ଉତ୍ତର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ କୁନ୍ଦ୍ରାଙ୍କ ବିରୋଧରେ ଜଣେ ମହିଳା ଅନେକ ଗୁରୁତର ଅଭିଯୋଗ ପରେ ତାଙ୍କ ନାଁ ରେ କେଶ୍ ହୋଇଥିଲା । ଏହା ପରେ ଏହି ଘଟଣାକୁ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ଭାରତୀୟ ଦଣ୍ଡ ବିଧାନ ଅନୁଯାୟୀ ରାଜ କୁନ୍ଦ୍ରାଙ୍କ ଉପରେ ଆପିସି ଧାରା ୪୨୦ ,୨୯୨ ଓ ୨୯୩ ଏବଂ ସୂଚନା ପ୍ରାଧିକରଣ ଅଧିନୀୟମ ଓ ମହିଳାମାନଙ୍କର ଅଶ୍ଳୀଳ ପ୍ରତିନିଧିତ୍ୱ ଅଧିନୀୟମ ୧୯୮୬ ଅନୁଯାୟୀ ମାମଲା ରୁଜୁ ହୋଇଥିଲା ।

Get real time updates directly on you device, subscribe now.