fbpx
BSKY
BJD MC SKY
BJD MS SKY

UP BJPର ନୂଆ ଅଧ୍ୟକ୍ଷ ହେଲେ ଭୂପେନ୍ଦ୍ର ସିଂହ ଚୌଧରୀ, ୨୦୨୪ ମିଶନ୍ ପାଇଁ ଭାଜପାର ନୂଆ ଗେମ୍

ନୂଆଦିଲ୍ଲୀ: ଭୂପେନ୍ଦ୍ର ସିଂହ ଚୌଧରୀ ଉତ୍ତରପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ଭୂପେନ୍ଦ୍ର ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି । ଦୁଇଦିନ ତଳେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ । ଏହାପରେ ତାଙ୍କର ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଭୂପେନ୍ଦ୍ର ପଶ୍ଚିମ ୟୁପିର ଜାଠ ସମାଜରୁ ଆସିଛନ୍ତି । ମିଶନ ୨୦୨୪ ପାଇଁ କ୍ଷେତ୍ରୀୟ ଓ ଜାତୀୟ ସନ୍ତୁଳନ ପାଇଁ ଭାଜପା ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।

ନିକଟରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଭୂପେନ୍ଦ୍ରଙ୍କୁ ଦିଲ୍ଲୀ ଡକାଇଥିଲେ । ଏହାପରେ ସେ ଆଜମଗଡ଼ରୁ ଦିଲ୍ଲୀ ଗସ୍ତ କରି ଶ୍ରୀ ନଡ୍ଡାଙ୍କୁ ସାକ୍ଷାତ କରିଥିଲେ । ୟୁପିର ପୂର୍ବତନ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହଙ୍କ ଦାୟିତ୍ୱ ଏବେ ସମ୍ଭାଳିବେ ଭୂପେନ୍ଦ୍ର । ଭୂପେନ୍ଦ୍ରଙ୍କୁ ପ୍ରଦେଶ ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବା ପରେ ୟୁପି ବିଜେପି ତରଫରୁ ତାଙ୍କୁ ବଧାଈ ଜଣାଯାଇଛି । ଆପଣଙ୍କ ନେତୃତ୍ୱରେ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ଭାବନା ନେଇ ଦଳ ସଫଳତା ପାଇବ ବୋଲି ବିଜେପି ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନା ପଇଁ ବିଜେପି ପଶ୍ଚିମୀ ୟୁପିର ଜଣେ ନେତାଙ୍କୁ ପ୍ରଦେଶ ଅଧ୍ୟକ୍ଷ ଦାୟିତ୍ୱ ଦେବାକୁ ଚାହୁଁଥିଲା । ଦଳର ଆଞ୍ଚଳିକ ସଂଗଠନ ସହ ଜାତୀୟ ସମୀକରଣ ଯେପରି ଠିକ୍ ରହିବ ସେଥିପାଇଁ ଦଳ ପ୍ରୟାସୀ ଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ପୂର୍ବାଞ୍ଚଳରୁ ଆସିଛନ୍ତି । ତେଣୁ ଏଭଳି ସ୍ଥିତିରେ ପଶ୍ଚିମୀ ୟୁପିର ଜାଠ ଭୋଟ ବ୍ୟାଙ୍କକୁ ହାତେଇବା ଲକ୍ଷ୍ୟରେ ଭୂପେନ୍ଦ୍ରକୁ ଏହି ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.