ଦିଅର ହାତରେ ଭାଉଜ ଟାଟୁ, ସହିପାରିଲାନି ସ୍ୱାମୀ, କରିଦେଲା ଏମିତି କାଣ୍ଡ…
ଦିଅର ହାତରେ ଭାଉଜର ଟାଟୁ ଦେଖି ଗରମ ହେଇଗଲା ସ୍ୱାମୀର ରକ୍ତ।
ମଧ୍ୟପ୍ରଦେଶ: ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ। ଯାହା ଥରେ ଭାଙ୍ଗିଲେ ଆଉ ତାକୁ ଯୋଡ଼ିବା ବୋହୁତ କଷ୍ଟକର ହୋଇପଡେ। ତେଣୁ ଏହି ବିଶ୍ୱାସକୁ ସବୁବେଳେ ବଜାୟ ରଖିବା ଦମ୍ପତ୍ତିଙ୍କର ପ୍ରକୃତ କର୍ତ୍ତବ୍ୟ।
ହେଲେ ଏଠି ଜଣେ ସ୍ତ୍ରୀ ତା ସ୍ୱାମୀ ପଛରେ ରାସଲୀଳା କରୁଥିଲା। ସ୍ୱାମୀର ସାଙ୍ଗ ସହ ପ୍ରେମ ସମ୍ପର୍କ ରଖିଥିଲା। ଯାହାର କରୁଣ ପରିଣତି ସ୍ୱାମୀକୁ ଶେଷରେ ଜୀବନ ହାରିବାକୁ ପଡିଲା।
ଅନୈତିକ ସମ୍ପର୍କ: ଘଟଣାଟି ମଧ୍ୟପ୍ରଦେଶର ମୋରେନାରେ ଘଟିଛି। ଯେତେବେଳେ କି ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ପ୍ରତାରଣା କରିଛନ୍ତି, ଆଉ ଦୁଃଖ ସହିନପାରି ସ୍ୱାମୀ ଜଣକ ବିଷ ଖାଇ ଜୀବନ ହାରିଦେଇଛନ୍ତି।
ପୋଲିସର ତଦନ୍ତରୁ ଜଣାପଡିଛି ଯେ ମାମଲାଟି ଅବୈଧ ପ୍ରେମ ସମ୍ପର୍କ ପାଇଁ ଘଟିଛି। ପୋଲିସ ମହିଳା ଏବଂ ତାଙ୍କ ପ୍ରେମିକକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି। ମାମଲାଟି ଆମ୍ବା ଅଞ୍ଚଳର ୱାର୍ଡ ନମ୍ବର ୭ର ବୋଲି ଜଣାପଡିଛି।
ଏଠାରେ ବିହାର କଲୋନିରେ ରହୁଥିବା ଜଣେ ଯୁବକ ତାଙ୍କ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଯାହାକି ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ବିଷ ପିଇଦେଲା ସ୍ୱାମୀ: ପୋଲିସର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖ ସକାଳ ପ୍ରାୟ ୬ଟା ସମୟରେ ୪୦ ବର୍ଷୀୟ ସନ୍ତୋଷ ଶର୍ମାଙ୍କ ଗଳା ଏବଂ ଛାତିରେ ଯନ୍ତ୍ରଣା ହୋଇଥିଲା।
ତାଙ୍କ ପତ୍ନୀ ଏବଂ ତାଙ୍କ ପ୍ରେମିକ ମୁକେଶ କୁଶୱାହା ଯିଏକି ସନ୍ତୋଷଙ୍କ ସାଙ୍ଗ ତାଙ୍କୁ ବରେହ ଆମ୍ବାହରୁ ଜିଲ୍ଲା ହସ୍ପିଟାଲ ମୋରେନାକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ଏହା ପରେ ତାଙ୍କ ପତ୍ନୀ ଏବଂ ପ୍ରେମିକ ସନ୍ତୋଷଙ୍କୁ ଗ୍ୱାଲିୟର ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏ ବିଷୟରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ମୃତକଙ୍କ ପୋଷ୍ଟମର୍ଟମ ହେବା ପରେ ପ୍ରାଥମିକ ଦୃଷ୍ଟିରୁ ଜଣାପଡିଥିଲା ଯେ ତାଙ୍କର ମୃତ୍ୟୁ ବିଷ ଯୋଗୁଁ ହୋଇଛି।
ଦିଅର ହାତରେ ଭାଉଜ ଟାଟୁ: ପୋଲିସ ପତ୍ନୀ ଏବଂ ତାଙ୍କ ପ୍ରେମିକ ମୁକେଶ କୁଶୱାହାଙ୍କୁ ସନ୍ଦେହ କରିଥିଲା। ପୋଲିସ ଉଭୟଙ୍କୁ ପଚରାଉଚରା କରିଥିଲା। ଯେତେବେଳେ ସେମାନଙ୍କ ମୋବାଇଲ୍ ଯାଞ୍ଚ କରାଯାଇଥିଲା ସେତେବେଳେ ସ୍ପଷ୍ଟ ହୋଇଥିଲା ଯେ ମୃତକଙ୍କ ସ୍ତ୍ରୀ ଏବଂ ଅଭିଯୁକ୍ତ ମୁକେଶ କୁଶୱାହାଙ୍କ ମଧ୍ୟରେ ସମ୍ପର୍କ ଥିଲା ଏବଂ ଉଭୟ ପରସ୍ପରକୁ ଭଲ ପାଉଥିଲେ।
ଦୁହେଁ ଘଣ୍ଟା ଘଣ୍ଟା ଧରି ଚାଟ୍ କରୁଥିଲେ। ପୋଲିସ ମୋବାଇଲ୍ ରୁ ଚାଟ୍ ଏବଂ ଅଡିଓ ମଧ୍ୟ ଜବତ କରିଛି। ଅଭିଯୁକ୍ତ ମୁକେଶ କୁଶୱାହା ମୃତକଙ୍କ ସ୍ତ୍ରୀଙ୍କୁ ଭଲ ପାଉଥିଲା ଏବଂ ସେଥିପାଇଁ ସେ ତାଙ୍କ ହାତରେ ପ୍ରେମିକାର ଏକ ଟାଟୁ ମଧ୍ୟ କରାଇଥିଲା।
ଯେତେବେଳେ ସନ୍ତୋଷ ମୁକେଶଙ୍କ ହାତରେ ତାଙ୍କ ସ୍ତ୍ରୀଙ୍କର ଟାଟୁ ଦେଖିଲେ ସେ ରାଗିଗଲେ। ଏହାକୁ ନେଇ ଘରେ ବହୁତ ବିବାଦ ହେଉଥିଲା। କିନ୍ତୁ ସେତେବେଳେ ମଧ୍ୟ ତାଙ୍କ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ କଥା ହେଉଥିଲେ।
ସେମାନଙ୍କ ସମ୍ପର୍କ ଏହିପରି ଚାଲିଥିଲା। ଏହି କାରଣରୁ ସନ୍ତୋଷ ହତାଶ ହୋଇ ବିଷ ପିଇ ଦେଇଥିଲେ। ପୋଲିସ ମୃତକଙ୍କ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ମୁକେଶ କୁଶୱାହାଙ୍କୁ ହେପାଜତରେ ନେଇ ପଚରାଉଚରା ଆରମ୍ଭ କରିଛି।