fbpx

ରାଜଧାନୀ ଏକ୍ସପ୍ରେସ ଭିତରେ ବମ୍ ଥିବା ସୂଚନା: ଛାନଭିନ୍ କରୁଛି ପୋଲିସ ଏବଂ ରେଲୱେ

ନୂଆଦିଲ୍ଲୀ: ରାଜଧାନୀ ଏକ୍ସପ୍ରେସକୁ ନେଇ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ସାମନାକୁ ଆସିଛି । ଖୁଶୀଘ୍ର ଏହି ଗାଡ଼ିରେ ଏକ ଭୟଙ୍କର ବିସ୍ଫୋରଣ ହେବା ନେଇ ଧମକପୂର୍ଣ୍ଣ କଲ୍ ଆସିଛି । ଯାହାକୁ ନେଇ ସାରା ଡିପାର୍ଟମେଣ୍ଟରେ ଏବଂ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଦେଶରେ ଟ୍ରେନ ଦୁର୍ଘଟଣା ପିଛା ଛାଡ଼ୁ ନଥିବା ବେଳେ ବର୍ତ୍ତମାନ ଏଭଳି ଏକ ଖବର ସମସ୍ତଙ୍କୁ ଭୟଭୀତ କରି ଦେଇଛି । ଗାଡ଼ିରେ ବମ୍ ଲାଗିଥିବା ନେଇ ଖବର ପାଇବା ପରେ ଏହାକୁ ନଷ୍ଟକରି ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନରେ ପହଞ୍ଚିଛନ୍ତି ।

ନିକଟରେ ଟ୍ରେନ୍ ଦୁର୍ଘଟଣା ଏବଂ ଗାଡ଼ିରେ ନିଆଁ ଲାଗିବା ଘଟଣା ଅନେକ ସାମନାକୁ ଆସୁଛି । ବର୍ତ୍ତମାନ ଏମିତି ଏକ ଘଟଣା ଆସିଛି ଦିଲ୍ଲୀ-ଜମ୍ମୁ ସାୱି ରାଜଧାନୀ ଏକ୍ସପ୍ରେସରୁ । ଏହି ଗାଡ଼ିରେ ବମ୍ ଖଞ୍ଜା ଯାଇଥିବା ନେଇ ପୋଲିସ ନିକଟକୁ ଏକ ଅଜଣା କଲ୍ ଆସିଥିଲା । ଏହାପରେ ହରିୟାଣାର ସୋନିପତରେ ଟ୍ରେନକୁ ରୋକାଯାଇ ଏହାର ଛାନଭିନ କରାଯାଇଛି । ପୋଲିସ ସହ ବମ୍ ସ୍କ୍ୱାଡ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ଟ୍ରେନକୁ ଭଲଭାବରେ ଯାଞ୍ଚ କରିଥିଲେ । ଉତ୍ତର ରେଲୱେର ସିପିଆରଓ ଦୀପକ କୁମାର କହିଛନ୍ତି ଯେ, ଘଟଣାସ୍ଥଳରେ ଦୁଇଟି ଟିମ୍ ପହଞ୍ଚିବା ପରେ ଗତକାଲି ରାତି ୧ଟା ପର୍ଯ୍ୟନ୍ତ ଷ୍ଟେସନରେ ଛିଡ଼ା ହୋଇଥିଲା । ଟ୍ରେନର ସମସ୍ତ ବଗି ଖାଲି କରି ଟିକିନିଖ ତଦନ୍ତ କରିବା ପରେ ଗାଡ଼ିକୁ ଯିବା ପାଇଁ ଅନୁମତି ମିଳିଛି ।

ଏହାପରେ ଟ୍ରେନରେ ବମ୍ ଥିବା ନେଇ ଆସିଥିବା କଲ୍ ନକଲି ଏବଂ ମୂଲ୍ୟହୀନ ବୋଲି ଜାଣିବାକୁ ମିଳିଥିଲା । ତେବେ ରାତି ୧.୩୦ଟା ସମୟରେ ଟ୍ରେନ ଜମ୍ମୁକୁ ଅଭିଯାନ ଆରମ୍ଭ କରିଛି । ତେବେ ଏହି ଘଟଣାକୁ ନେଇ ଏବେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଅଧିକାରୀଙ୍କ ବିନା ସ୍ପଷ୍ଟୀକରଣରେ କୌଣସି ଟ୍ରେନକୁୂ ଏଭଳି ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡ଼ିଛି । କେହି ଜଣେ ବ୍ୟକ୍ତି ଡେକ୍ୱାର୍ଟରକୁ ଫୋନ କରି ଟ୍ରେନରେ ବମ୍ ଥିବା ନେଇ ସୂଚନା ଦେଇଥିଲେ ।

Get real time updates directly on you device, subscribe now.