ଭୁବନେଶ୍ୱର: କିଟ କର୍ତ୍ତୃପକ୍ଷଙ୍କୁ ଏନଏଚଆରସି ଦାୟୀ କରିବା ପ୍ରସଙ୍ଗକୁ ସ୍ପର୍ଶକାତର ଘଟଣା ବୋଲି କହିଲେ ପୃଥ୍ୱୀରାଜ ହରିଚନ୍ଦନ ।
ଏନଏଚଆରସି ନିର୍ଦ୍ଦେଶ ଅନୁସାରେ ଯଥୋଚିତ ପଦକ୍ଷେପ ନିଆଯିବ । କୌଣସି ଜାଗାରେ ବି ଆଇନର ଗଳାବାଟ ରହିବ ନାହିଁ ।
ଯାହା କରାଯିବା କଥା ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ । ଏନଏଚଆରସିଙ୍କ ମନ୍ତବ୍ୟ ଆଧାରରେ ସରକାର ଆଗକୁ ପଦକ୍ଷେପ ନେବେ ବୋଲି କହିଲେ ଆଇନ ମନ୍ତ୍ରୀ ।