fbpx

ମହାମାରୀ ନିୟନ୍ତ୍ରଣ ଆଇନରେ ସଂଶୋଧନ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି

ନୂଆଦିଲ୍ଲୀ, ୨୩ା୪: ମହାମାରୀ ନିୟନ୍ତ୍ରଣ ଆଇନରେ ସଂଶୋଧନ ଅଧ୍ୟାଦେଶକୁ ଆଜି ମଞ୍ଜୁରି ମିଳିଛି । କେନ୍ଦ୍ରର ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି । ସେହି ଆଇନରେ ରହିଛି ଯେ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଜେଲ ଓ ଜରିମାନା ବ୍ୟବସ୍ଥା ଅଛି । ୩ମାସରୁ ୭ବର୍ଷ ଦେଲ ଦଣ୍ଡ ବ୍ୟବସ୍ଥା ସାଙ୍ଗକୁ୫ଲକ୍ଷ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯିବ । ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିଲେ ଆକ୍ରମଣକାରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହେବ । ଏହାସହ ୩୦ଦିନ ମଧ୍ୟରେ ମାମଲାର ତଦନ୍ତ ଶେଷ ହେବ ବୋଲି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ସୁରକ୍ଷା ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଥିଲେ ।

Get real time updates directly on you device, subscribe now.