fbpx

କର୍ମଚାରୀମାନଙ୍କୁ ବଡ ଉପହାର ଦେଲେ ସରକାର: ୧୬ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

Advertisement

ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଶୁକ୍ରବାର ଦିନ ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୧୬ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ଏହା ସହିତ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ମଧ୍ୟ ନଅ ପ୍ରତିଶତ ବୃଦ୍ଧି କରାଯାଇଛି ।

ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ଘୋଷଣା କରିଛନ୍ତି । ଶର୍ମା ‘ଏକ୍ସ’ରେ କହିଛନ୍ତି ଯେ, ଉତ୍ତମ ଶାସନ ପାଇଁ ଉତ୍ସର୍ଗୀକୃତ ରାଜ୍ୟ ସରକାର ପଞ୍ଚମ ତଥା ଷଷ୍ଠ ବେତନ ସ୍କେଲରେ ରାଜ୍ୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ମହଙ୍ଗା ଭତ୍ତାକୁ ଯଥାକ୍ରମେ ୧୬ ପ୍ରତିଶତ ଏବଂ ନଅ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିର ପରିଣାମ ସ୍ୱରୂପ, ପଞ୍ଚମ ବେତନ ସ୍କେଲରେ ମହଙ୍ଗା ଭତ୍ତା ୪୨୭ ପ୍ରତିଶତରୁ ୪୪୩ ପ୍ରତିଶତକୁ ଏବଂ ଷଷ୍ଠ ବେତନ ସ୍କେଲରେ ୨୩୦ ପ୍ରତିଶତରୁ ୨୩୯ ପ୍ରତିଶତକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.