fbpx

ସରକାରୀ କର୍ମଚାରୀଙ୍କୁ ମିଳିବ ୭ ଦିନର କୋଭିଡ ଛୁଟି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରେ କିଛିଟା ହ୍ରାସ ଘଟିଥିଲେ ବି ଟଳିନାହିଁ ବିପଦ । ଏବେବି ଜାରି ରହିଛି ତୃତୀୟ ଲହର । ଏହାରି ମଧ୍ୟରେ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ସରକାରୀ କର୍ମଚାରୀ କୋଭିଡ ସଂକ୍ରମିତ ହେଲେ ୭ ଦିନ ଛୁଟି ନେଇପାରିବେ । ତେବେ ଅଧିକ ଛୁଟି ଦରକାର ହେଲେ ମେଡିକାଲ ପ୍ରମାଣପତ୍ର ଦେଖାଇବାକୁ ହେବ । ତେବେ ଏହି ସାତ ଦିନ ପାଇଁ କୌଣସି ଦରମା କଟିବ ନାହିଁ ।

Get real time updates directly on you device, subscribe now.