“ସବୁ ସରକାରୀ ଅଫିସରଙ୍କ ଘରେ ଲାଗିବ ସୌର ପ୍ୟାନେଲ୍‌”, ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସୂଚନା

ସରକାରୀ କର୍ମଚାରୀ ବ୍ୟବହାର କରିବେ ଇଭି ଗାଡ଼ି

ଭୁବନେଶ୍ୱର: ଅଧିକ ଇଲେକ୍ଟ୍ରି ଗାଡ଼ି ବ୍ୟବହାର ପାଇଁ ଆସିବ ପଲିସି। ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ସେ କହିଛନ୍ତି ଯେ, ସରକାରୀ ଅଫିସରଙ୍କ ଘରେ ଲାଗିବ ସୌର ପ୍ୟାନେଲ।

ସେ ଆହୁରି କହିଛନ୍ତି ଯେ, ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ ହେବ। ସରକାରୀ କର୍ମଚାରୀ ଇଭି ଗାଡ଼ି ବ୍ୟବହାର କରିବେ।

ବଜାରରେ ଇଭି ଗାଡ଼ିର ଚାହିଦା ଧିରେ ଧିରେ ବଢିବାରେ ଲାଗିଛି। ଏହା ପେଟ୍ରୋଲ ଖର୍ଚ୍ଚକୁ କମ୍ କରୁଛି। ଏଥିପାଇଁ ବର୍ତ୍ତମାନ ନୂଆ ପଲିସି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି।