ଭୁବନେଶ୍ୱର: ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା । ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ଏହି ସରକାରୀ ସହାୟତା ଉପଲବ୍ଧ ହେବ ।
ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ଆଇନ ବିଭାଗ ।
ଦେବୋତ୍ତର ଆିନ ଅଧିନରେ ଥିବା ଜଗନ୍ନାଥ ମନ୍ଦିରକୁ ମିଳିବ ସହାୟତା । ଏ ନେଇ ଅନେକ ଆବେଦନ ସରକାରଙ୍କ ହସ୍ତଗତ ହୋଇଛି । ଯେଉଁମାନେ ଆବେଦନ କରି ନାହାନ୍ତି ସେମାନଙ୍କ ସମ୍ପର୍କରେ ମଧ୍ୟ ବିଚାର କରାଯିବ ବୋଲି କହିଲେ ମନ୍ତ୍ରୀ ।