fbpx
BJD SKY
BJD SKY

ବିଚାରପତିଙ୍କ ଛବିକୁ ମଳିନ କରୁଛନ୍ତି ସରକାର: ଚିଫ୍ ଜଷ୍ଟିସ୍ ଏନଭି ରମଣା

BJD

ନୂଆଦିଲ୍ଲୀ: ଭାରତରେ ବିଚାରପତିଙ୍କ ଛବିକୁ ନେଇ ଚିଫ୍ ଜଷ୍ଟିସ୍ ଏନଭି ରମଣା ପୁଣି ଥରେ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ସରକାର ବିଚାରପତିମାନଙ୍କ ଛବିକୁ ମଳିନ କରିବାକୁ ଚେଷ୍ଟା କରୁଛନ୍ତି । ସୁପ୍ରିମକୋର୍ଟ ଛତିଶଗଡ଼ର ପୂର୍ବ ପ୍ରଧାନ ସଚିବ ଅମନ ସିଂହ ଏବଂ ତାଙ୍କ ପତ୍ନୀ ୟାସ୍ମିନ ସିଂହଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ହୋଇଥିବା ମାମଲାର ଶୁଣାଣି ସମୟରେ ଏଭଳି କହିଛନ୍ତି ।

ମୁଖ୍ୟ ବିଚାରପତି ସରକାରଙ୍କ ଆଚରଣ ଉପରେ ଟିପ୍ପଣୀ କରିଥିଲେ । ସେ କହିଥିଲେ ବର୍ତ୍ତମାନ ସରକାର ବିଚାରପତିଙ୍କ ଛବିକୁ ମଳିନ କରୁଛନ୍ତି, ଯାହା ଦୁର୍ଭାଗ୍ୟପୂର୍ଣ୍ଣ । ଏହି ମାମଲା ଉଚିତ୍ ଶର୍ମା ସୁପ୍ରିମକୋର୍ଟରେ ଦାଖଲ କରିଥିଲେ । ଯେଉଁଥିରେ ରାଜ୍ୟର ପୂର୍ବ ମୁଖ୍ୟ ସଚିବ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ବେନାମୀ ଏବଂ ଅନ୍ୟ ସମ୍ପତ୍ତିର ସୂଚନା ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ହିଁ ଏଫଆଇଆର ରୁଜୁ ହୋଇଥିଲା । ରାଜ୍ୟ ସରକାର ମଧ୍ୟ ଏହି ମାମଲାରେ ଭିନ୍ନ ଅପିଲ୍ ଦାଖଲ କରିଛନ୍ତି ।

ସରକାରଙ୍କ ଉପରେ ନିଜ ଟିପ୍ପଣୀ ପରେ ସିଜେଆଇ ୧୮ ଏପ୍ରିଲ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଛନ୍ତି । ସିଜେଆଇ ସରକାର ଏବଂ ଅଧିକାରୀଙ୍କ ଉପରେ ଟିପ୍ପଣୀ କରି କହିଥିଲେ ଯେ ପୂର୍ବରୁ କେବଳ ବେସରକାରୀ ସଂସ୍ଥା କିମ୍ବା ପକ୍ଷ ରଖୁଥିବା ବ୍ୟକ୍ତି କୋର୍ଟରେ ବିଚାରପତିଙ୍କ ଛବିକୁ ମଳିନ କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଏବେ ସରକାର ହିଁ ଏଭଳି କରୁଛନ୍ତି, ଯାହା ଅତି ଦୁର୍ଭାଗ୍ୟପୂର୍ଣ୍ଣ ।

Get real time updates directly on you device, subscribe now.