fbpx

AI ପ୍ରଡକ୍ଟ ଲଞ୍ଚ୍ ପାଇଁ ଅନୁମତି ଲୋଡ଼ା, ଟେକ୍ କମ୍ପାନୀ ପାଇଁ ଆଡଭାଇଜରୀ ଜାରି କଲେ ସରକାର

ନୂଆଦିଲ୍ଲୀ: ଟେକ୍ନୋଲୋଜିର ଅପବ୍ୟବହାର ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁୁକ୍ତିବିଦ୍ୟା ମନ୍ତ୍ରଣାଳୟ ବୈଷୟିକ କମ୍ପାନୀ ଗୁଡ଼ିକ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI ) ସହ ଜଡ଼ିତ ଏକ ଆଡ଼ଭାଇଜରୀ ଜାରି କରିଛନ୍ତି । AI ର ଅପବ୍ୟବହାର ପାଇଁ ମନ୍ତ୍ରଣାଳୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ମଧ୍ୟ ତୀବ୍ର ସମାଲୋଚନା କରିଛି ।

ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଏହି ଆଡ଼ଭାଇଜରୀରେ ଉଲ୍ଲେଖ ଅଛି ଯେ ଦେଶରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହ ଜଡ଼ିତ କମ୍ପାନୀ ଗଡ଼ିକୁ ନିଜ ପ୍ରଡକ୍ଟ ଲଞ୍ଚ୍ କରିବା ପାଇଁ ପ୍ରଥମେ ସରକାରଙ୍କ ଠାରୁ ଅନୁମତି ପ୍ରାପ୍ତ କରିବେ । ଯେତେ ଶୀଘ୍ର ସମ୍ଭବ ଆଡ଼ଭାଇଜରୀ ପାଳନ କରିବା ସହ ୧୫ ଦିନ ମଧ୍ୟରେ ଆକ୍ସନ୍ କମ୍ ଷ୍ଟାଟସ୍ ରିପୋର୍ଟ ହସ୍ତାନ୍ତର କରିବା ପାଇଁ ସମସ୍ତ ଇଣ୍ଟେରମିଡ଼ିଆରିଜମାନଙ୍କୁ ପରାମର୍ଶ ଦିଆଯାଇଛି । AI କାରଣରୁ ୟୁଜରମାନେ ଭୋଗୁଥିବା କ୍ଷତି ବିଶେଷକରି ଡୀପ୍ଫେକ୍ ସମ୍ବମନ୍ଧୀୟ ନିୟମ ଅନୁପାଳନକୁ ସୁନତିଶ୍ଚିତ କରିବା ପାଇଁ ପରାମର୍ଶ ଦିଆଯାଇଛି । କେନ୍ଦ୍ରୀୟ ବୈଦୁ୍ୟତିକ ଏବଂ ସୂଚନା ପ୍ରଯୁୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର କହିଛନ୍ତି AI ଭଳି ପ୍ରଯୁକ୍ତିବିଦ୍ୟା ପାଇଁ କୌଣସି ସଂରକ୍ଷକ ନାହିଁ ତେଣୁ ଏହାର ବ୍ୟବହାର ଉପରେ କଠୋରତା ଜରୁରୀ ଅଟେ । ବଜାରରେ AI ମଡେଲକୁ ‘ଅଣ୍ଡର ଟେଷ୍ଟିଂ’ ଲେବୁଲ ସହ ଲଞ୍ଚ୍ କରିବା ପାଇଁ ସରକାରଙ୍କ ଅନୁମତି ଲୋଡ଼ା । ନିକଟରେ AI Geminiକୁ ନେଇ ବିବାଦ ଦେଖାଦେଇଥିଲା । ଏହା ପରେ ଏହି ପଦକ୍ଷେପ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.