CHARIDHAM

ପଦ୍ମ ପୁରସ୍କାର ନାମାଙ୍କନ ପାଇଁ ପୋର୍ଟାଲ ଲଞ୍ଚ କଲେ ସରକାର, ଜାଣନ୍ତୁ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଉଥିବା ପଦ୍ମ ପୁରସ୍କାର ୨୦୨୩ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ମେ ୧ ତାରିଖରୁ ଆରମ୍ଭ ହୋଇଯାଇଛି। ପଦ୍ମ ପୁରସ୍କାର ଆବେଦନ ପାଇଁ ସେପ୍ଟମ୍ବର ୧୫ ଶେଷ ତାରିଖ ରହିଛି। ପଦ୍ମ ପୁରସ୍କାର ପାଇଁ ଆବେଦନ କେବଳ ଅନଲାଇନ୍ ମାଧ୍ୟମରେ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ ମାଧ୍ୟମରେ କରାଯାଇପାରିବ। ସରକାରଙ୍କ କହିବା ମୁତବାକ ପୋର୍ଟାଲ ମାଧ୍ୟମରେ ପୁରସ୍କାରର ପାରିଦର୍ଶିତା ଏବଂ ସାଦାରଣ ଲୋକଙ୍କ ସହଯୋଗ ଜାରି ରହିବ।

କେନ୍ଦ୍ରୀୟ ଗୃହ ମନ୍ତ୍ରଳାୟ ଏକ ମନ୍ତବ୍ୟରେ କହିଛନ୍ତି ଯେ, ଏହି ପୋର୍ଟାଲ ସମସ୍ତ ନାଗରିକ ଏବଂ ସଂଗଠନକୁ ନାମାଙ୍କନ ଭରିବାକୁ ସୁଯୋଗ ଦେବ। କେନ୍ଦ୍ର ସରକାର ଆବେଦନର ଶେଷ ତାରିଖ ଘୋଷଣା କରି କହିଛନ୍ତି ଯେ, ପୋର୍ଟାଲ ମାଧ୍ୟମରେ କରାଯାଇଥିବା ଆବେଦନ ସ୍ୱୀକାର କରାଯିବ। ପଦ୍ମ ପୁରସ୍କାର ଯଥା ପଦ୍ମଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରେ ରହିଛି। ୧୯୫୪ ରେ ପ୍ରତିଷ୍ଠିତ ଏହି ପୁରସ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଇଥାଏ।

ଏହି ପୁରସ୍କାରଗୁଡ଼ିକ କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ଜନସେବା, ନାଗରିକ ସେବା, ବାଣିଜ୍ୟ ଏବଂ ଶିଳ୍ପ ଇତ୍ୟାଦି କ୍ଷେତ୍ରରେ ଭିନ୍ନ ତଥା ଅତୁଳନୀୟ ସଫଳତା/ସେବା ସହ ଜଡିତ “ଭିନ୍ନ କାର୍ଯ୍ୟ’ କୁ ସ୍ୱୀକୃତି ପ୍ରଦାନ କରେ। ଜାତି, ବୃତ୍ତି, ପଦବୀ କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଅଟନ୍ତି। ଡାକ୍ତର ଏବଂ ବୈଜ୍ଞାନିକଙ୍କ ବ୍ୟତୀତ ସରକାରୀ କ୍ଷେତ୍ରର କାର୍ଯ୍ୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ପଦ୍ମ ପୁରସ୍କାର ପାଇବାକୁ ଯୋଗ୍ୟ ନୁହଁନ୍ତି।