fbpx

କୃଷକଙ୍କ ଋଣ ଛାଡ, ମିଳିବ ମାଗଣା ବିଜୁଳି: ଘୋଷଣା ହେଲା ଏମିତି ବମ୍ପର ଯୋଜନା !

ଗୁଜୁରାଟ: ଚଳିତବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ଇଲେକ୍ସନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏତିରେ ବିଜୟ ନେଇ କଂଗ୍ରେସ ଦାବି କରୁଥିବା ବେଳେ ଆମ ଆଦମୀ ପାର୍ଟି ମଧ୍ୟ ବିଜୟ ଆଶାରେ ରହିଛି । ତେଣୁ ବାରମ୍ବାର ଗୁଜୁରାଟ ଗସ୍ତ କରିବା ସହ ନୂଆ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସେପଟେ ଶଙ୍କର ସିଂହ ବାଘେଲା ନିର୍ବାଚନୀ ପ୍ରତିଶ୍ରୁତି ଦେବା ଆରମ୍ଭ କରି ସାରିଲେଣି ।

ଶଙ୍କର ସିଂଙ୍କ ଘୋଷଣା ଅନୁଯାୟୀ, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାରକୁ ୧୨ ଲକ୍ଷର ସ୍ୱାସ୍ଥ୍ୟ କବଚ ଦିଆଯିବ । ଏହା ସହିତ ପୋଷ୍ଟ ଗ୍ରାଜୁଏସନ ପର୍ଯ୍ୟନ୍ତ ପିଲାମାନଙ୍କ ମାଗଣା ପାଠପଢା, ବେରାଜଗାରୀ ଭତ୍ତା, ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ମଧ୍ୟ ଛାଡ କରାଯିବ । ଖାଲି ସେତିକି ନୁହେଁ, ସରକାରକୁ ପାୱାର ମିଳିଲେ ପାର୍ଟି ନୂଆ ମଦ ନୀତି ମଧ୍ୟ ଲାଗୁ କରିବ ବୋଲି କୁହାଯାଇଛି । ସେପଟେ ଗୁଜରାଟରେ ଏଥର କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି କହିଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ଅନ୍ୟ ପକ୍ଷରେ ଇଲେକ୍ସନ ପୂର୍ବରୁ କେଜରିୱାଲ ମଧ୍ୟ ଅନେକ ପ୍ରତିଶ୍ରୁତି ଦେଇ ସାରିଛନ୍ତି । ସରକାରୀ ସ୍କୁଲରେ ପିଲମାମାନଙ୍କୁ ମାଗଣା ଏବଂ ଉଚିତ ଶିକ୍ଷାଦାନ ସହିତ ଘରୋଇ ବିଦ୍ୟାଳୟ ଉପରେ ପ୍ରାଧାନ୍ୟ ଦିଅରଯିବ ବୋଲି ସେ କହିଛନ୍ତି । ଚୁକ୍ତିନାମା ଅନୁସାରେ କାମ କରୁଥିବା ଶିକ୍ଷକଙ୍କ ସେବା ନିୟମିତ ହେବା ସହିତ ସେମାନଙ୍କୁ ଚାକିରି ସୁରକ୍ଷା ମଧ୍ୟ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ବିଜୁଳି, ଚାକିରି, ବେରୋଜଗାର ଭତ୍ତା ଇତ୍ୟାଦିକୁ ନେଇ ଘୋଷଣା କରିସାରିଛନ୍ତି ଅରବିନ୍ଦ କେଜରିୱାଲ ।

Get real time updates directly on you device, subscribe now.