fbpx

ତିନୋଟି ଅପରାଧିକ ଆଇନ୍ ବିଲ ପ୍ରତ୍ୟାହାର କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ଦେଶର ନ୍ୟାୟ ବ୍ୟବସ୍ଥାକୁ ପୂନର୍ଗଠନ କରିବା ପାଇଁ ଲୋକସଭାରେ ଆଗତ କରାଯାଇଥିବା ୩ଟି ଆଇନ୍ ବିଲକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ୟାହାର କରାଯାଇଛି । ସଂସଦୀୟ ଷ୍ଟାଣ୍ଡିଂ କମିଟିର ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବିଲର ନୂଆ ସଂସ୍କରଣ ଡ୍ରାଫ୍ଟ ଆଧାରିତ ହେବା ନେଇ କମିଟି ପକ୍ଷରୁ ସୁପାରିଶ କରାଯାଇଛି ।

ଏହି ତିନୋଟି ଅପରାଧିକ ଆଇନ୍ ବିଲ ଯଥା ଭାରତୀୟ ନ୍ୟାୟ ସଂହିତା ବିଲ୍, ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ୍, ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଲ ୨୦୨୩ ଅଗଷ୍ଟ ୧୧ରେ ମୋସୁମୀ ଅଧିବେଶନରେ ଆଗତ ହୋଇଥିଲା । ବ୍ରିଟିଶ ଯୁଗର ଏହି ୩ଟି ବିଲ ଯଥା the Indian Penal Code, Code of Criminal Procedure and the Indian Evidence Act ପରିବର୍ତ୍ତେ ବିଲର ନୂତନ ସଂସ୍କରଣ ପ୍ରସ୍ତୁତ କରାଯାଇଥିଲା । ସଂସଦର ଚୟନ କମିଟି ନିକଟକୁ ଏହି ତିନୋଟି ବିଲର ବିସ୍ତୃତ ମୂଲ୍ୟାଙ୍କନ ପାଇଁ ପଠାଯିବା ସହ ୩ ମାସ ମଧ୍ୟରେ କମିଟିକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି ।

ଲୋକସଭାରେ ଏହି ବିଲ ଆଗତ କରିବା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ‘ନ୍ୟାୟ ପ୍ରଦାନ କରିବା, ଦଣ୍ଡ ନୁହେଁ’ । ଏହା ଏହି ବିଲ ଗୁଡ଼ିକର ଲକ୍ଷ୍ୟ ଥିଲା । ବ୍ରିଟିଶ ପ୍ରଶାସନକୁ ସୁରକ୍ଷା ଦେବା ଓ ମଜବୁତ କରିବା ବର୍ତ୍ତମାନର ଏହି ଆଇନରେ ବ୍ୟବସ୍ଥା ରହିଥିଲା । ଦଣ୍ଡ ଦେବା ଓ ନ୍ୟାୟ ପ୍ରଦାନ ନ କରିବା ଉକ୍ତ ଆଇନର ଲକ୍ଷ୍ୟ ଥିଲା । ସେଗୁଡ଼ିକୁ ବଦଳାଇ ଭାରତୀୟ ନାଗରିକଙ୍କର ସୁରକ୍ଷା ପାଇଁ ୩ଟି ନୂଆ ବିଲ ଆଗତ କରାଯାଇଥିଲା ।’

 

Get real time updates directly on you device, subscribe now.