fbpx

ବଡ଼ ଖବର… ୧୫ଟି ଭାଷାରେ ପରୀକ୍ଷା ଆୟୋଜନ କରିବେ ସରକାର: ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପରୀକ୍ଷାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ଷ୍ଟାଫ ସିଲେକ୍ସନ କମିଟି ଦ୍ୱାରା ଅନୁଷ୍ଠିତ ହେଉଥିବା ପରୀକ୍ଷା ଗୁଡ଼ିକୁ ୧୫ଟି ଭାଷାରେ ଆୟୋଜନ କରିବା ପାଇଁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଯୁବବର୍ଗ କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ଏହି ଐତିହାସିକ ନିଷ୍ପତ୍ତି ସ୍ଥାନୀୟ ଯୁବବର୍ଗଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ସହ ଆଞ୍ଚଳିକ ଭାଷାକୁ ପ୍ରାଧାନ୍ୟ ଦିଆ ଯାଇପାରିବ । ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରାଳୟର ୧୪ତମ ପରାମର୍ଶଦାତା କମିଟିର ବୈଠକରେ ଏ ନେଇ ସେ ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସରକାରୀ ଚାକିରି ପାଇଁ ଏବେ ୧୫ଟି ଭାରତୀୟ ଭାଷାରେ ପରୀକ୍ଷା ଅନୁଷ୍ଠିତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ ଦେଶର କୌଣସି ଯୁବବର୍ଗ ଭାଷାଗତ ସମସ୍ୟା ଯୋଗୁଁ ଚାକିରି ସୁଯୋଗରୁ ବଞ୍ଚିତ ନ ହୁଅନ୍ତି । ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଆସାମୀ, ବେଙ୍ଗଲି, ଗୁଜୁରାଟୀ, ମାଲାୟଲମ୍, କନ୍ନଡ, ତାମିଲ, ତେଲୁଗୁ, ଓଡ଼ିଆ, ଉର୍ଦ୍ଦୁ ସହିତ ପଞ୍ଜାବୀ, ମଣିପୁରୀ(ମଇତି) ଏବଂ କୋଙ୍କଣୀ ଭାଷାରେ ମଧ୍ୟ ପ୍ରଶ୍ନପତ୍ର ତିଆରି କରାଯିବ । ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହିନ୍ଦୀ ବ୍ୟତୀତ ଭାରତର ଅନେକ ଆଞ୍ଚଳିକ ଭାଷାର ଉଲ୍ଲେଖନୀୟ ଅଗ୍ରଗତି ଘଟିଥିବା ଦେଖିବାକୁ ମିଳିଛି । ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ ଅଧିକ ସଂଖ୍ୟାରେ ଯୁବବର୍ଗ ନିଜ ମାତୃଭାଷାରେ ପରୀକ୍ଷାରେ ଅଂଶଗ୍ରହଣ କରିବା ସହ ଚୟନ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହାପୂର୍ବରୁ ହିନ୍ଦୀ ଇଂରାଜୀ ବ୍ୟତୀତ ଅନ୍ୟ ଭାଷଶରେ ପରୀକ୍ଷା ଆୟୋଜନ କରିବା ପାଇଁ ବିଭିନ୍ନ ରାଜ୍ୟରୁ ବାରମ୍ବାର ଦାବି ହୋଇ ଆସୁଥିଲା ।

ପରୀକ୍ଷାରେ ଅନ୍ୟାନ୍ୟ ଜିନିଷ ଉପରେ ନଜର ରଖିବା ସହ ଏହି କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଏକ ବିଶେଷଜ୍ଞ ଟିମ୍ ଗଠନ କରିଛନ୍ତି ସରକାର । ତେବେ ଏହି ନିୟମ ଅଫିସିଆଲ ଭାଷାଗତ ନୀତି, ୧୯୭୬ ମସିହାରୁ ଏଥିପାଇଁ ନୀତି ନିୟମ ପ୍ରସ୍ତୁତ ହୋଇଥିଲେ ମଧ୍ୟ, ଗତ ୫-୬ ବର୍ଷ ମଧ୍ୟରେ ଏହାର ଏକ ବଡ଼ ସଫଳତା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସରକାର ପରୀକ୍ଷାର୍ଥୀଙ୍କୁ ୧୫ଟି ଭାଷାରେ ପରୀକ୍ଷା ଦେବା ପାଇଁ ଏକ ଫର୍ମାଟ ଲଞ୍ଚ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, JEE, NEET ଏବଂ UGC ଇତ୍ୟାଦି ପରୀକ୍ଷା ଦେଶର ୧୨ଟି ଭାଷାରେ ଅନୁଷ୍ଠିତ ହେଉଛି । UPSCରେ ଉଚ୍ଚଶିକ୍ଷା ବିଷୟ ପୁସ୍ତକଗୁଡ଼ିକର ଅଭାବ ରହିଛି କିନ୍ତୁ ଭାରତୀୟ ଭାଷାରେ ବିଶେଷ ପୁସ୍ତକ ପ୍ରଚାର ପାଇଁ ଶିକ୍ଷା ମନ୍ତ୍ରଣାଳୟର ସମନ୍ୱୟ ରକ୍ଷା କରି ଉଦ୍ୟମ ଜାରି ରହିଛି ବୋଲି ସେ କରିଛନ୍ତି।

Get real time updates directly on you device, subscribe now.