ଚାଷୀ ପଞ୍ଜିକରଣ ବୁଧବାରଠୁ ଆରମ୍ଭ କରିବେ ସରକାର, ଏହି ନମ୍ବରରେ କରିପାରିବେ କଲ୍

ଭୁବନେଶ୍ୱର : ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆସନ୍ତା ବୁଧବାରଠାରୁ ଆରମ୍ଭ କରିବେ । ଡିଜିଟାଲ କୃଷି ଅଧୀନରେ ଅଫ୍‍ଲାଇନ ଓ ଅନ୍‍ଲାଇନ୍‍ ମାଧ୍ୟମରେ ଜାନୁଆରୀ ମାସ ୧ ତାରିଖରୁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଚାଷୀମାନେ ଜନସେବା କେନ୍ଦ୍ରରେ ମଧ୍ୟ ପଞ୍ଜିକରଣ କରାଇପାରିବେ ।କୌଣସି ଅସୁବିଧାର ସମ୍ମୁଖୀନ ହେଲେ ୧୫୫-୩୩୩ ନମ୍ବରକୁ କରି ଯୋଗାଯୋଗ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ତେବେ ରାଜ୍ୟରେ ଅନେକ ନକଲି ଚାଷୀ ବା ଅଣଚାଷୀ ରହିଛନ୍ତି । ଚାଷୀ ନହୋଇ ବି ଚାଷୀ ହେବାର ସମସ୍ତ ଫାଇଦା ଲାଭ କରୁଛନ୍ତି । ଏଥିପାଇଁ ସରକାର ପୁଣି ପଞ୍ଚିକରଣ କରୁଛନ୍ତି । ରାସନକାର୍ଡ଼ରେ ଏବେ ବି ଇ-କେଓ୍ବାଇସି ଜାରି ରହିଥିବା ବେଳେ ଏବେ ସୁଦ୍ଧା ୪୦ ଲକ୍ଷ ଭୂତ ହିତାଧିକାରୀ ବାହାରିଲେଣି । ୨୪ ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଛତା ଆଣିବାକୁ ଏପରି ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ।