fbpx

ବଜେଟ୍‌ରେ ମଧ୍ୟମ ବର୍ଗଙ୍କୁ ମୋଦୀ ସରକାରଙ୍କ ବଡ ଉପହାର, ଘର କିଣିବା ଲାଗି ସରକାର ଆଣୁଛନ୍ତି ଏହି ବଡ ଯୋଜନା

Advertisement

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ଗରିବ ଲୋକଙ୍କୁ ଘର କିଣିବା ଓ ଘର ତିଆରି କରିବା ଲାଗି ଆର୍ଥିକ ସହାୟତା ଯୋଗାଇଦେବେ । ସେ କହିଛନ୍ତି ମଧ୍ୟମ ବର୍ଗଙ୍କ ଲାଗି ଓ ଝୁମ୍ପୁଡି ଓ ଚାଳ ଘରେ ରହୁଥିବା ଲୋକଙ୍କ ଲାଗି ଘର କିଣିବା ଓ ତିଆରି କରିବା ଲାଗି ସରକାର ସହାୟତା ପ୍ରଦାନ କରିବେ । ଏଥିପାଇଁ ସରକାର ସ୍ୱତନ୍ତ୍ର ଯୋଜନା ଆଣିବେ । ସେ କହିଛନ୍ତି ଯେଉଁମାନେ ଘର ଭଡା ନେଇ ରହୁଛନ୍ତି ସେମାନଙ୍କୁ ଏହି ଯୋଜନାରେ ବଡ ଫାଇଦା ମିଳିବ । ଏହାସହିତ ଯେଉଁମାନେ ଅନଧିକୃତ କଲୋନୀରେ ରହୁଛନ୍ତି ସେମାନଙ୍କୁ ଘର କିଣିବା ଓ ତିଆରି କରିବା ଲାଗି ସହାୟତା ପ୍ରଦାନ କରାଯିବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ଆସିଛି । ୨୦୧୪ରେ ଦେଶକୁ ସବୁ ଦିଗରୁ ବିଭିନ୍ନ ପ୍ରକାର ଆହ୍ୱାନର ସାମ୍ନା କରିବାକୁ ପଡିଥିଲା । ସରକାର ଆଜି ସେହିସବୁ ଆହ୍ୱାନ ଉପରେ ବିଜୟ ପ୍ରାପ୍ତି କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଆମକୁ ଗରିବ, ମହିଳା, ଯୁବ ଗୋଷ୍ଠୀ ଓ କୃଷକଙ୍କ ଉପରେ ଫୋକସ କରିବାର ଆବଶ୍ୟକତା ରହିଛି । ସେମାନଙ୍କ ଆବଶ୍ୟକତା, ସେମାନଙ୍କ ବିକାଶ ଆମର ସବୁଠାରୁ ବଡ ପ୍ରାଥମିକତା । ଏହି ୪ ବର୍ଗଙ୍କୁ ସରକାରଙ୍କ ସମର୍ଥନର ଆବଶ୍ୟକତା ରହିଛି ବୋଲି ନିର୍ମଳା ସୀତାରମଣ କହିଛନ୍ତି ।

Get real time updates directly on you device, subscribe now.