ଅଧ ଘଣ୍ଟା ଧରି ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ରାଜ୍ୟପାଳ, କାରଣ ଖୋଲି କହିଦେଲେ ମନ୍ତ୍ରୀ
ଆଇନମନ୍ତ୍ରୀଙ୍କୁ ଭେଟିଲେ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି।
ଭୁବନେଶ୍ବର: ଆଜି ଆଇନମନ୍ତ୍ରୀଙ୍କୁ ଭେଟିଲେ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି । ବିଭାଗ ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ରହିଛି । ବ୍ୟକ୍ତିଗତ ସମ୍ପର୍କ କାରଣରୁ ରାଜ୍ୟପାଳ ଆସିଥିଲେ ବୋଲି ଆଇନମନ୍ତ୍ରୀ କହିଛନ୍ତି । ପ୍ରାୟ ଅଧ ଘଣ୍ଟା ଧରି ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ଆଇନ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘରେ ସାକ୍ଷାତ ହୋଇଥିଲା । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ମନ୍ତ୍ରୀଙ୍କ କହିବା ଅନୁସାରେ, ରାଜ୍ୟପାଳ ବିଭାଗ ସମ୍ପର୍କରେ ଆଲୋଚନା କଲେ। ଆଇନ ବିଭାଗ ସମ୍ପର୍କରେ ପଚାରି ବୁଝିଲେ। ବିଭାଗର କାମ କିଭଳି ଭଲ ଭାବରେ ଚାଲିପାରିବ ସେନେଇ ବି ଆଲୋଚନା ହେଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ମଧ୍ୟ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି, ମନ୍ତ୍ରୀ ମଣ୍ଡଳ ବଦଳିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ । ସେ ନିଷ୍ପତ୍ତି ତାଙ୍କର ।
ଖୁବଶୀଘ୍ର ହୋଇପାରେ, କିମ୍ବା ବିଳମ୍ବ ମଧ୍ୟ ହୋଇପାରେ। ଦଳର ସଭାପତି ମଧ୍ୟ ଏହା ଉପରେ ସ୍ପଷ୍ଟ କରିସାରିଛନ୍ତି । ଖାଲି ଥିବା ନିଗମର ମଧ୍ୟ ପୂରଣ ପାଇଁ ଆଲୋଚନା ହୋଇଛି । ରାଜ୍ୟପାଳ ଭେଟିବାରେ ସମ୍ପୂର୍ଣ୍ଣ ପାରିବାରିକ ଓ ବ୍ୟକ୍ତିଗତ ବୋଲି ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।