fbpx

କାରରେ ମମିତାଙ୍କ ତଣ୍ଟି ଚିପିଥିଲା ଗୋବିନ୍ଦ, ଛଟପଟ ହୋଇ….

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ଆଜି ବଡ଼ ଖୁଲାସା ହୋଇଛି । ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭର ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସ ଜେରା କରୁଛି । ଘନ ଘନ ଜେରା ପରେ ମୁହଁ ଖୋଲିବା ସହ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ଗୋବିନ୍ଦ । କାରରେ ତଣ୍ଟି ଚିପି ମମିତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଶ୍ୱାସରୁଦ୍ଧ କାରଣରୁ ମମିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ, ମମିତାଙ୍କ ତଣ୍ଟି ଚିପିଥିଲେ ନିଜେ ଗୋବିନ୍ଦ ସାହୁ । ୮ ତାରିଖରେ ମମିତାଙ୍କୁ କାରରେ ନେଇ ଆସିଥିଲା ଗୋବିନ୍ଦ । ବଚସା ପରେ କାରରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିବା ସୂଚନା ମିଳିଛି । କାର ଭିତରେ ଛଟପଟ ହୋଇଥିଲେ ମମତା । ଓଡି-୦୮କେ-୧୦୦୨ ନମ୍ବର ବିଶିଷ୍ଟ କାର ଭିତରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଜୀବନ ବଞ୍ଚାଇବା ପାଇଁ ମମିତା କାର ଭିତରେ ଲଢ଼େଇ କରିଥିଲେ । ଜୀବନ ବଞ୍ଚାଇବା ଲଢ଼େଇ ଭିତରେ କାରର ପଛ ସିଟ ଚିରି ଯାଇଛି । ଲଢ଼େଇ ଶେଷର ହାରିଯାଇ ପ୍ରାଣ ହରାଇଥିଲେ ମମିତା ମେହେର । ହତ୍ୟା ପରେ ୮ ତାରିଖ ବିଳମ୍ବିତ ରାତିରେ ମୃତଦେହକୁ ପୋତା ଯାଇଥିଲା । ୧୪ ତାରିଖରେ କାରକୁ ଜବତ କରିଥିଲା ପୋଲିସ । ଜବତ କାରରୁ ଗୋଟିଏ ପାଉଁଜି ଓ ପେଟ୍ରୋଲ ଜାର ଜବତ ହୋଇଥିଲା । ଏହା ସହ ଗତକାଲି ମୃତଦେହ ନିକଟରୁ ଗୋଟିଏ ପାଉଁଜି ମିଳିଥିଲା । ୬ ତାରିଖରେ ହିଁ ଗାତ ଖୋଳାଯାଇଥିବା ସୂଚନା ରହିଛି । ତେଣୁ ମମିତାଙ୍କ ହତ୍ୟାକୁ ନେଇ ପୂର୍ବରୁ ଗୋବିନ୍ଦ ଯୋଜନା କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.