fbpx
BJD SKY
BJD SKY

ତୁରନ୍ତ ରିଲିଫ୍ ପ୍ରଦାନ କରୁଥିବା ଏହି ମେଡିସିନର ହେବନି ବିକ୍ରି: ସରକାର ୧୪ ଟି FDC ମେଡିସିନକୁ କଲେ ବ୍ୟାନ୍

BJD

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସମୟ ସମୟରେ ଦେଶରେ ବିକ୍ରି ହେଉଥିବା ମେଡିସିନର ସମୀକ୍ଷା କରିଥାନ୍ତି । ଏହି କ୍ରମରେ ସରକାର ୧୪ ଟି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (ଏଫଡିସି) ମେଡିସିନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ଅର୍ଥାତ୍ ଏହି ମେଡିସିନଗୁଡିକ ଆଉ ବଜାରରେ ବିକ୍ରି ହେବ ନାହିଁ ।

ଏହି ମେଡିସିନଗୁଡିକରେ ଏପରି ଅନେକ ମେଡିସିନ ଅଛି, ଯାହାକୁ ଲୋକମାନେ ତୁରନ୍ତ ଆରାମ ପାଇବା ପାଇଁ ମେଡିସିନ ଦୋକାନରୁ ନିଜେ କିଣନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଗ୍ୟାଜେଟ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି ।

ଏକ ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ କେନ୍ଦ୍ର ସରକାର ଏହି ମେଡିସିନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ମେଡିସିନଗୁଡ଼ିକ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇବ ବୋଲି ଆଶା କରାଯାଉଥିଲା । କମିଟି ଜାଣିବାକୁ ପାଇଛି ଯେ, ଏହି ୧୪ ଟି ମେଡିସିନ ଲୋକଙ୍କ ସ୍ୱାସ୍ଥ୍ୟକୁ ଫାଇଦା ଦେଉଛି କି ନାହିଁ, ତାହାର ସୂଚନା ନିଶ୍ଚିତ ହୋଇପାରିବ ନାହିଁ କିମ୍ବା କୌଣସି ଯଥାର୍ଥତା ମିଳିନାହିଁ ।

ଏଫଡିସି ମେଡିସିନ କ’ଣ?
ଏଫଡିସିର ଅର୍ଥ ହେଉଛି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ । ଏହି ମେଡିସିନଗୁଡିକ ଦୁଇ କିମ୍ବା ଅଧିକ ମେଡିସିନର ମିଶ୍ରଣରେ ହୋଇଥାଏ । ଏମାନଙ୍କୁ ‘କକଟେଲ’ ମେଡିସିନ ମଧ୍ୟ କୁହାଯାଏ । ଏଭଳି ମିଶ୍ରଣ କରାଯିବା ଉଚିତ କି ନୁହେଁ, ସେନେଇ ବାରମ୍ବାର ଆଲୋଚନା ଚାଲିଛି । ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ଏଫଡିସି ମେଡିସିନର ପ୍ରଚୁରତା ଉପରେ ରୋକ୍ ଲଗାଇଛନ୍ତି । ଭାରତରେ ଅଧିକ ମାତ୍ରାରେଏଫଡିସି ମେଡିସିନ ବିକ୍ରି ହୁଏ । ଏହି ମେଡିସିନର ଅନୁପାତ ଏବଂ ଏହାର ପ୍ରଭାବ ଉପରେ ଅନେକ ଏବେ ଅନେକ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.