fbpx

Sex Tournament: ଯୌନ ସମ୍ପର୍କକୁ ଖେଳର ସ୍ୱୀକୃତି ଦେଲା ଏହି ଦେଶ: ଖୁବଶୀଘ୍ର ଆରମ୍ଭ ହେବ ଟୁର୍ନାମେଣ୍ଟ

ନୂଆଦିଲ୍ଲୀ: ଦୁନିଆରେ ଶହ ଶହ କ୍ରୀଡା ପ୍ରତିଯୋଗିତା ଅଛି ଯେଉଁଥିରେ କ୍ରୀଡ଼ା ପ୍ରେମୀମାନେ ଅଂଶଗ୍ରହଣ କରନ୍ତି। କ୍ରିକେଟ୍, ଫୁଟବଲ୍, ଟେନିସ୍, ଭଲିବଲ୍, ହକି, ବ୍ୟାଡମିଣ୍ଟନ୍ ଏବଂ ବେସବଲ୍ ଭଳି କ୍ରୀଡା ପ୍ରାୟ ସମସ୍ତଙ୍କୁ ଜଣା, କିନ୍ତୁ ସ୍ୱିଡେନ ଦେଶ ଏଭଳି ଖେଳକୁ ବିଶ୍ୱ ସାମ୍ନାରେ ରଖିବାକୁ ଘୋଷଣା କରିଛି, ଯାହା ବିଷୟରେ ଶୁଣିବା ପୂର୍ବରୁ କେହି ବିଶ୍ୱାସ କରିବେ ନାହିଁ। ବାସ୍ତବରେ, ସ୍ୱିଡେନ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ଯେ ସେକ୍ସକୁ ଏକ ଖେଳ ଭାବରେ ସ୍ୱୀକୃତି ଦେଇଛି। କେବଳ ଏତିକି ନୁହେଁ ସ୍ୱିଡେନ ସେକ୍ସ ଚାମ୍ପିୟନଶିପ ମଧ୍ୟ ଆୟୋଜନ କରିବାକୁ ଯାଉଛି।

ରିପୋର୍ଟ ଅନୁଯାୟୀ, ସ୍ୱିଡେନ ନିକଟରେ ଯୌନ ସମ୍ପର୍କକୁ ଏକ ଖେଳ ଭାବରେ ପଞ୍ଜୀକୃତ କରିଛି। ଏହି ମାସ ଜୁନ୍ ୮ ରୁ ୟୁରୋପୀୟ ସେକ୍ସ ଚାମ୍ପିଅନସିପ୍ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବାକୁ ମୋଟ ୨୦ ଟି ଦେଶର ଅଂଶଗ୍ରହଣକାରୀ ପଞ୍ଜୀକୃତ ହୋଇଛନ୍ତି। ଅନେକ ସପ୍ତାହ ଧରି ଚାଲିବ ଏହି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣକାରୀମାନେ ପ୍ରତିଦିନ ୬ ଘଣ୍ଟା ପ୍ରତିଯୋଗିତା କରିବେ। ଅଂଶଗ୍ରହଣକାରୀମାନେ ମ୍ୟାଚ୍ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ୪୫ ମିନିଟ୍ ସମୟ ପାଇବେ। ଏହି ଚାମ୍ପିଅନସିପ୍ ପାଇଁ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି।

ଏହି ସେକ୍ସ ଚାମ୍ପିଅନସିପରେ ମୋଟ ୧୬ ଟି ଇଭେଣ୍ଟ ହେବ। ପ୍ରତ୍ୟେକ ଖେଳରେ କିଏ ବିଜେତା ହେବ ତାହା ବିଚାରପତି ଏବଂ ଦର୍ଶକଙ୍କ ଭୋଟ୍ ଦ୍ୱାରା ସ୍ଥିର ହେବ। ଏହି ସମୟ ମଧ୍ୟରେ ୩୦ ପ୍ରତିଶତ ଭୋଟ୍ ବିଚାରପତିଙ୍କ ମଧ୍ୟରୁ ୭୦ ପ୍ରତିଶତ ଭୋଟ୍ ଦର୍ଶକଙ୍କ ହେବ। ଉଭୟଙ୍କ ଭୋଟ୍ ଆଧାରରେ ବିଜେତା ଘୋଷିତ ହେବ। ଏଥି ସହିତ ସ୍ୱିଡେନ ଫେଡେରେସନ୍ ଅଫ୍ ସେକ୍ସର ସଭାପତି ଡ୍ରାଗନ୍ ବ୍ରାଟିଚ୍ କହିଛନ୍ତି ଯେ ସେକ୍ସକୁ ଏକ ଖେଳ ଭାବରେ ସ୍ୱୀକୃତି ଦେବା ଲୋକଙ୍କ ମଧ୍ୟରେ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ବୃଦ୍ଧି କରିବ। ଏହା ବ୍ୟତୀତ, ସେକ୍ସ ପ୍ରତି ଲୋକଙ୍କ ମତରେ ଉଦାରତା ମଧ୍ୟ ରହିବ, ଯାହା ସମାଜରେ ନିଷେଧ ବୋଲି ବିବେଚନା କରାଯାଏ।

Get real time updates directly on you device, subscribe now.