fbpx

ସୁପ୍ରିମକୋର୍ଟ: ପିତାଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ କ୍ୱାର୍ଟରରେ ରହୁଥିବା ସରକାରୀ କର୍ମଚାରୀ HRA ପାଇଁ ହକଦାର ନୁହନ୍ତି

Advertisement

ନୂଆଦିଲ୍ଲୀ: ଯଦି କୌଣସି ସରକାରୀ କର୍ମଚାରୀଙ୍କ ତାଙ୍କର ପିତାଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ କ୍ୱାର୍ଟରରେ ରହୁଥିବେ ତେବେ ସେ ଘର ଭଡ଼ା ଭତ୍ତା (ଏଚଆରଏ) ପାଇବାକୁ ହକଦାର ହେବେ ନାହିଁ । ସୁପ୍ରିମକୋର୍ଟ ଏ ମାମଲାରେ ଏକ ବଡ଼ ରାୟ ଦେଇଛନ୍ତି । ଜମ୍ମୁ କଶ୍ମୀର ଓ ଲଦ୍ଦାଖ ହାଇକୋର୍ଟଙ୍କ ଆଦେଶକୁ ସର୍ବୋଚ୍ଚ ଅଦାଲତ ଠିକ୍ ବୋଲି କହିଛନ୍ତି । ଏଚଆରଏ ନେବାକୁ ପଠାଯାଇଥିବା ରିକଭରୀ ନୋଟିସକୁ ରଦ୍ଦ କରିବାକୁ ହୋଇଥିବା ଦାବିକୁ ହାଇକୋର୍ଟ ଖାରଜ କରିଦେଇଥିଲେ ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ସରକାରୀ ସେବା ନିବୃତ୍ତ ପିତାଙ୍କୁ ଆବଣ୍ଟିତ ହୋଇଥିବା ରେଣ୍ଟ ଫ୍ରି ଘରେ ଯଦି ତାଙ୍କର ସରକାରୀ କର୍ମଚାରୀ (ପୁତ୍ର) ରହୁଥିେବେ, ସେ ଏ କ୍ଷେତ୍ରରେ କର୍ମଚାରୀ ଜଣଙ୍କ ଏଚଆରଏ ପାଇବାକୁ ଦାବି କରିପାରିବେ ନାହିଁ । ଦୁହିଁଙ୍କ ମଧ୍ୟରୁ କେବଳ ଜଣଙ୍କୁ ହିଁ ଏଚଆରଏ ମିଳିପାରିବ ବୋଲି କୋର୍ଟ କହିଛନ୍ତି । ସରକାରୀ କର୍ମଚାରୀ ଜଣଙ୍କ ଏଚଅରଏଲ ରୁଲ ୬(ଏଚ) (୪)ର ସାହାରା ନେଇ ପାରିବେ ନାହିଁ । ନିୟମ ଅନୁଯାୟୀ, ଦୁଇରୁ ଅଧିକ ସରକାରୀ କର୍ମଚାରୀ ଯେପରିକି ପତ୍ନୀ ବା ପିତା ବା ସନ୍ତାନଙ୍କ ମଧ୍ୟରୁ ଜଣଙ୍କୁ ସରକାରୀ ଆବାସ ଆବଣ୍ଟିତ କରାଯିବା ସହ ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କୁ ଏଚଆରଏ ମିଳିପାରିବ । ଆବେଦନକାରୀଙ୍କ ପିତା ଜମ୍ମୁ କଶ୍ମୀର ପୋଲିସରେ ଡିଏସପି ଓ ବିସ୍ଥାପିତ କଶ୍ମୀର ପଣ୍ଡିତ ଥିଲେ ।

Get real time updates directly on you device, subscribe now.