fbpx

ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ନେଇ ଆସିଲା ସରକାରୀ ଗାଇଡଲାଇନ୍, ଜାଣନ୍ତୁ କେବେ

ହାଇଦ୍ରାବାଦ, ୨୪ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ତେଲେଙ୍ଗାନା ସରକାର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜିଠାରୁ ବନ୍ଦ ଘୋଷଣା କରିଛନ୍ତି । ତେବେ ଅନଲାଇନ୍ କ୍ଲାସ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସମସ୍ତ ସରକାରୀ, ବେସରକାରୀ ସ୍କୁଲ, କଲେଜ, ହଷ୍ଟେଲ ଓ ଆବାସିକ ସ୍କୁଲଗୁଡ଼ିକୁ ଏଥିରେ ସାମିଲ କରାଯାଇଛି । ରାଜ୍ୟ ଶିକ୍ଷା ମନ୍ତ୍ରୀ ଏନେଇ ବିଧାନସଭାରେ ଏକ ବିବୃତି ରଖିଥିବା ଜଣାପଡ଼ିଛି ।

ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଛି । ରାଜ୍ୟରେ କେତେକ ଶିକ୍ଷାନୁଷ୍ଠାନରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍କୁଲ ଓ କଲେଜମାନଙ୍କରେ ଛାତ୍ରଛାତ୍ରୀଙ୍କ ସମାଗମ ହେତୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେଣୁ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.