fbpx

ଏହି ବର୍ଷ ମଧ୍ୟରେ ଆପଣଙ୍କୁ ମିଳିବ ସରକାରୀ ଚାକିରୀ: ମନେ ରଖନ୍ତୁ ଏହି ୫ଟି ଟିପ୍ସ, ମିଳିବ ସଫଳତା

ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ ପ୍ରତିବର୍ଷ ବିଭିନ୍ନ ପ୍ରତିଯୋଗୀ ପରୀକ୍ଷା ଆୟୋଜିତ କରାଉଛି । ଚଳିତର୍ବେ ହେବାକୁ ଥିବା ୟୁପିଏସସି ପରୀକ୍ଷାରେ ସାମିଲ ହେବାକୁ ଥିବା ପ୍ରାର୍ଥି ନିଜ ପାଇଁ ପ୍ରସ୍ତୁତି ଆରମ୍ଭ ସାରିଛନ୍ତି । ୟୁପିଏସସି ସିଭିଲ ସର୍ଭିସ ପ୍ରି ପରୀକ୍ଷା ଆସନ୍ତା ମେ’ ୨୬ ତାରିଖରେ ଅନୁଷ୍ଠିତ ହେବ । ତେବେ ଏହି ପରୀକ୍ଷା ପୂର୍ବରୁ ଏମିତି କିଛି ଟିପ୍ସ ମନେ ରଖନ୍ତୁ, ଯାହା ଆପଣଙ୍କୁ ପ୍ରଥମ ସୁଯୋଗରେ ସରକାରୀ ଚାକିରୀ ପାଇବାରେ ବେଶ୍ ସହାୟକ ହେବ । ଯୁବଗୋଷ୍ଠୀଙ୍କ ମଧ୍ୟରେ ସରକାରୀ ଚାକିରିକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ସରକାରୀ ଚାକିରି କରିବାକୁ ଚାହୁଁଥିଲେ ଏହି ଟିପ୍ସକୁ ଆଣାଇ ପାରନ୍ତି ।

ୟୁପିଏସସି ପରୀକ୍ଷା ଦେଉଥିବା ଇଚ୍ଛୁକ ପ୍ରାର୍ଥିମାନଙ୍କୁ ଅପ୍ସନାଲ ବିଷୟ ଚୟନ କରିବା ପାଇଁ ସୁଯୋଗ ମିଳିଥାଏ । ତେବେ ଏହାକୁ ନିଜ ଇଚ୍ଛା ଅନୁସାରେ ଏବଂ ଆପଣଙ୍କୁ ସହଜ ମନେ ହେଉଥିବା ବିଷୟ ଚୟନ କରିବା ଉଚିତ୍ । ଫଳରେ ଏହି ବିଷୟ ପ୍ରତି ଅଧିକ ଆଗ୍ରହର ସହ ପାଠ ପଢିପାରିବେ ଏବଂ ଏଥିପାଇଁ ପ୍ରସ୍ତୁତ କରିପାରିବେ । ତେବେ ଏହିସବୁ ପରୀକ୍ଷାରେ ନିବନ୍ଧ ସେକ୍ସନ ଉପରେ ବେଶ୍ ଗୁରୁତ୍ୱ ଦିଆଯାଏ । ଏଥିରେ ମାର୍କ ସ୍କୋର କରିବା ବେଶ୍ ସହଜ ହୋଇପାରେ ।

୧- ନିବନ୍ଧ ଟପିକ୍ କିପରି ଚୟନ କରିବେ?

ୟୁପିଏସସି ପରୀକ୍ଷାରେ ନିବନ୍ଧ ସେକ୍ସନ ପାଇଁ ପ୍ରୟାସ କରିବା ସମୟରେ ଆପଣଙ୍କ ସାମର୍ଥ୍ୟ ଅନୁସାରେ ଟପିକ୍ ଉପରେ ଫୋକସ୍ କରନ୍ତୁ । ଏହା ଉପରେ ନିବନ୍ଧ ଲେଖିବା ସମୟରେ ସମ୍ପୃକ୍ତ ବିଷୟ ଉପରେ ଅଧିକ ଜ୍ଞାନ ରହିବା ଆବଶ୍ୟକ ।

୨- ନିବନ୍ଧରେ ଭାଷା କିପରି ରହିବା ଆବଶ୍ୟକ?

ୟୁପିଏସସି ନିବନ୍ଧ ଲେଖିବା ସମୟରେ ଆପଣଙ୍କ ଭାଷା ଖୁବ ସ୍ପଷ୍ଟ ରହିବା ଆବଶ୍ୟକ । ନିବନ୍ଧର ଭାଷା ଯେତେ ସରଳ ହେବ, ଏହାକୁ ଚେକ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁବ ସହଜ ହେବ । ଏହାସହିତ ଯେତେ କମ୍ ଭୁଲ ରହିବ ସେତେ ଭଲ ହେବ ।

୩- ନିବନ୍ଧରେ ଶୈଳୀ କିପରି ରହିବ?

ୟୁପିଏସସି ନିବନ୍ଧରେ ଜବରଦସ୍ତି କିଛି ଲେଖିବାରୁ ନିବୃତ୍ତ ରୁହନ୍ତୁ । ନିଜ କଥାକୁ ସଂକ୍ଷିପ୍ତରେ ଲେଖିବା ପାଇଁ ଚେଷ୍ଟା କରନ୍ତୁ । ଶବ୍ଦ ବୃଦ୍ଧି କରିବା ପାଇଁ ଅଯଥା କଥା ଲେଖିବା ଅନୁଚିତ ।

୪- ଉଦାହରଣ ସହ ଲେଖନ୍ତୁ ନିବନ୍ଧ:

ୟୁପିଏସସି ପରୀକ୍ଷାରେ ନିବନ୍ଧ ଲେଖିବା ସମୟରେ ଏଥିରେ ଉଦାହରଣ ଦେବା ପାଇଁ ଚେଷ୍ଟା କରନ୍ତୁ । ଉଦହାରଣ ସହ ଆପଣଙ୍କ ନିବନ୍ଧକୁ ବଢାଇପାରିବେ । ଆବଶ୍ୟକ ପଡ଼ିଲେ ପୁରୁଣା ବିବରଣୀକୁ ସ୍ଥାନ ଦେଇପାରିବେ ।

୫- କିପରି ଏହାକୁ ରୁଚିକର କରିପାରିବେ?

ୟୁପିଏସସି ନିବନ୍ଧ ପଢିବା ସମୟରେ ପରୀକ୍ଷକଙ୍କୁ ବିରକ୍ତ ନ ଲାଗିବା ଆମଶ୍ୟକ । ତେଣୁ ୟୁପିଏସସି ନିବନ୍ଧ ଲିଖନ ଅଭ୍ୟାସ କରିବା ସମୟରେ ହେଡିଙ୍ଗ, ସବ୍ ହେଡିଙ୍ଗ ଏବଂ ବୁଲେଟ ପଏଣ୍ଟ ଇତ୍ୟାଦିର ବ୍ୟବହାର କରିବା ଏହାକୁ ଆହୁରି ସୁନ୍ଦର କରାଇବ ।

Get real time updates directly on you device, subscribe now.