fbpx

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ହେଲେ ଆଉ ଜଣେ ଖେଳାଳି, ଖେଳି ନ ପାରନ୍ତି ଟେଷ୍ଟ ମ୍ୟାଚ୍

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରେ ଘରୋଇ ମାଟିରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି । ଏହା ପୂର୍ବରୁ ଭାରତକୁ ଝଟକା ପରେ ଝଟକା ଲାଗିଛି । ପ୍ରଥମ ଦୁଇଟି ମ୍ୟାଚରେ ବିରାଟ ନ ଖେଳିବା ନେଇ ପୂର୍ବରୁ ସ୍ପଷ୍ଟ ହୋଇସାରିଥିବା ବେଳେ ପୁଣି ଜଣେ ଖେଳାଳି ବାଦ୍ ପଡ଼ିପାରନ୍ତି । ଅଭ୍ୟାସ ସମୟରେ ଜଣେ ଖେଳାଳି ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଟେଷ୍ଟରେ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଖେଳିବା ନେଇ ଦାବିଦାର ଥିଲେ । ମାତ୍ର ଯେହେତୁ ସେ ଖେଳିବେ ନାହିଁ ତେଣୁ ତାଙ୍କ ସ୍ଥାନରେ ଶ୍ରେୟସ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଥିଲା । ମାତ୍ର ଦୁଃଖର କଥା ଶେୟସ ମଧ୍ୟ ଆହତ ହୋଇଛନ୍ତି । ଟିମ୍ ଇଣ୍ଡିଆ ଟେଷ୍ଟ ମ୍ୟାଚର ପ୍ରସ୍ତୁତି ଚଳାଇବା ସହିତ ଅଭ୍ୟାସ ସମୟରେ ଶେୟସ ଆହତ ହୋଇଥିବା ଜଣାପଡ଼ିଛି । ଏହାଫଳରେ ପ୍ଲେଇଂ-୧୧ର ମିଡିଲ ଅର୍ଡରକୁ ନେଇ ଏବେ ଦଳର ଚିନ୍ତା ବଢ଼ିଯାଇଛି ।

ଶ୍ରେୟସଙ୍କୁ ବିରାଟଙ୍କ ବିକଳ୍ପ ଭାବେ ଗ୍ରହଣ କରାଯାଉଥିଲା । ମାତ୍ର ଏବେ ଶ୍ରେୟସ ଆହତ ହେବା ପରେ ପୁଣି ଜଣେ ବିକଳ୍ପଙ୍କୁ ସନ୍ଧାନ କରାଯିବ । ବ୍ୟକ୍ତିଗତ କାରଣରୁ ବିରାଟ ପ୍ରଥମ ଦୁଇଟି ମ୍ୟାଚରୁ ଓହରି ଯାଇଥିଲେ । ନେଟସରେ ବ୍ୟାଟିଂ ଅଭ୍ୟାସ କରୁଥିବା ସମୟରେ ଏକ ବଲ ଶ୍ରେୟସଙ୍କ ଡାହାଣ ହାତରେ ବାଜିଥିଲା । ଏହାପରେ ସେ ଯନ୍ତ୍ରଣା ଅନୁଭବ କରିବା ସହିତ ସଙ୍ଗେସଙ୍ଗେ ବ୍ୟାଟ ଛାଡ଼ିଦେଇଥିଲେ ଓ ଡଗଆଉଟରେ ଯାଇ ବସିଥିଲେ । ତା’ପରେ ସପୋର୍ଟ ଷ୍ଟାଫ ବରଫ ଆଣି ଲଗାଇଥିଲେ । ତେବେ କିଛି ସମୟ ପରେ ଶେୟସ ବ୍ୟାଟିଂ କରିଥିଲେ ହେଁ ସେ ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

Get real time updates directly on you device, subscribe now.