fbpx
BSKY
BJD SHG SKY
BJD MC SKY

ସଂଗ୍ରାମ କେଶରୀଙ୍କ ଲାଙ୍ଗୁଡ ରେ ଯିଏ ହାତ ମାରୁଛି: କେ. ନାରାୟଣ ରାଓଙ୍କ ବିରୋଧରେ ବାଲି ମାଫିଆ ସହ ଲିଙ୍କ୍ ଅଭିଯୋଗ

ପାରଳାଖେମୁଣ୍ଡି ବିଜେପି ବିଧାୟକ କେ. ନାରାୟଣ ରାଓଙ୍କ ବିରୋଧରେ ବାଲି ମାଫିଆ ସହ ଲିଙ୍କ୍ ଅଭିଯୋଗ ଆସିଲାଣି । DFO ଙ୍କୁ ରାତି ଅଧିଆ ସୌମ୍ୟଙ୍କ କ୍ଵାଟର ଯିବା ଦେଖିବା ଆଉ DFO ଙ୍କ ବିରୋଧ ରେ ଅନ୍ୟ ରାଜ୍ୟକୁ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ନେଇ ମୁଁହ ଖୋଲିବା ଏବେ ଗଙ୍ଗା ପ୍ରଧାନ ଓ କେ ନାରାୟଣ ରାଓ ଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ଗୃହରେ ସୌମ୍ୟ ମାମଲା ନେଇ କଥା ଉଠାଇ ଥିଲେ ଆଉ କହିଥିଲେ DFO ଉପରେ ବଡ଼ ବଡିଆ ଙ୍କ ଆଶିର୍ବାଦ ରହିଛି ।

ତେବେ bjp ବିଧାୟକ ଙ୍କ ବିରୋଧ ରେ ବାଲି ମାଫିଆ ଆଉ କଲ୍ୟାଣ ମଣ୍ଡପ ବେଆଇନ ଭାବ ଚଳାଉଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀ କିଛି ବ୍ୟକ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ତାଙ୍କ ବିରୋଧ ରେ ଉଦ୍ଦେଶ୍ୟ ମୂଳକ ଭାବେ ଏପରି କର ଯାଉଛି ଏହା ସହ ନାୟରଣ ରାଓ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଚିଠି ବି ଦେଇଛନ୍ତି । କଥା ଆଉ ଅଭିଯୋଗ ସତ୍ୟତା ତ ତଦନ୍ତ ପରେ ଆସିବ , ଯେ ବିଜେପି ବିଧାୟକ ବାଲି ମାଫିଆ ନା ନୁହେଁ । ହେଲେ ଗଙ୍ଗା ପ୍ରଧାନ ବିରୋଧ ରେ ଚିଠି ତା ପ୍ରତିକ୍ରିୟା ଦେବାର ଦୁଇଦିନ ନପୁରୁନୁ ଆସିଥିଲା ଏପଟେ କେ ନାରାୟଣ ରାଓ ଙ୍କ ବିରୋଧରେ ଅଭିଯୋଗ ବି ଦୁଇ ଦିନ ନ ପୁରୁନୁ ଆସିଛି ତେବେ ପ୍ରଶ୍ନ ଏହା କଣ ଏକ ସଂଯୋଗ ନା ବାସ୍ତବତା ? ତେବେ ଏମାନଙ୍କ ଏଭଳି ଅବସ୍ଥା ଦେଖି କଣ କେହି ଭବିଷ୍ୟତ ରେ DFO ସଂଗ୍ରାମ କେଶରୀ ବିରୋଧ ରେ ମୁଁହ ଖୋଲିବାକୁ ସାହସ କରିବେ ? ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.