fbpx

ଶାନ୍ତି କମିଟିରେ ଅଶାନ୍ତି ମାହୋଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଶାନ୍ତି ପରିବେଶ ମଧ୍ୟରେ ଆଜି ଓସିଏ ସମ୍ମିଳନୀ କକ୍ଷରେ ମହାନଗର ନିଗମ ଶାନ୍ତି କମିଟିର ଏକ ଗୁରୁତ୍ବପୂ୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକର କଟକ ସହରର ବିଭିନ୍ନ ପୁଜାକମିତଟିର ସଭ୍ୟମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ଦୁର୍ଗାପ୍ରତିମାକୁ 4 ଫୁଟ ରେ ସୀମିତ ରଖିବା ଏବଂ ଭକ୍ତଙ୍କ ଦର୍ଶନ ଉପରେ ଜାରି କରାଯାଇଥିବା କଟକଣା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।ବହୁ ପୂଜା କମିଟିର ସଦସ୍ୟ ମାନେ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଥିବା ବେଳେ ଅନ୍ୟ ପକ୍ଷରେ କଟକ ସହରର ପରମ୍ପରା ଅନୁଯାୟୀ କଟକଣା ନିଷ୍ପତ୍ତିର ପୁନଃ ବିଚାରକରି କୋହଳ କରିବାଲାଗି ବୈଠକ ରେ ମତାମତ ଦେଇଥିଲେ।ପ୍ରବଳ ହଟ୍ଟଗୋଳ ଏବଂ କଥା କଟାକଟି କୁ ନେଇ ଅଶାନ୍ତ ପରିବେଶ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକ ରେ କେତେକ ସଦସ୍ୟ ମାନେ ସରକାରଙ୍କୁ ସମର୍ଥନ କରି ମତ ଦେଉଥିଲା ବେଳେ ଏହାକୁ ପ୍ରବଳ ବିରୋଧ କରି ଶାନ୍ତି କମିଟି ଇସ୍ତଫା ଦେଉବୋଲି ଧମକ୍ ଦେଇଥିଲେ।ବହୁ ସଦସ୍ୟା ମାନେ ସରକାରଙ୍କର ଏଭଳି କଟକଣାକୁ ବିରୋଧ କରି ନିଜ ନିଜ ଜିଦ୍ ରେ ଅଟଳ ରହିଥିଲେ।

ଆଉ କେତେକ ସଦସ୍ୟ ସରକାର ଙ୍କ ନିଷ୍ପତ୍ତିକୁ ପୁନଃ ବିଚାର କରି କଟକଣାକୁ କୋହଳ କରିବାକୁ ଅନୁରୋଧ କରାଯାଇଛି।କଟକ ପୂଜା କମିଟିର ସଭାପତି ପ୍ରଭାତ କୁମାର ତ୍ରିପାଠୀ ବୈଠକରେ ସଭାପତିତ୍ବ କରିଥିଲେ। ସାଂସଦ ଭର୍ତୁହରି ମହତାବ, ମହାନଗର ନିଗମ ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରୀ ଦାସ, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ଵାଳ, କଂଗ୍ରେସ ର ବରିଷ୍ଠ ନେତା ସୁରେଶ ମହାପାତ୍ର, ପୂର୍ବତନ କର୍ପୋରେଟର ଗୀରିବାଲା ବେହେରା, ସିପିଆଇ ର ଆମେରେନ୍ଦୁ ମହାନ୍ତି ଏବଂ ବିଭିନ୍ନ ପୁଜାକମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ। ମୋଟା ମୋଟୀ ଭାବେ ସରକାରଙ୍କ ନିଷ୍ପତ୍ତିକୁ ପ୍ରବଳ ବିରୋଧ କରାଯାଇଥିଲା। ଶାନ୍ତି କିଟର ବୈଠକ ଚାଲିଥିଲା ବେଳେ ବାରବାଟୀ ଷ୍ଟାଡିୟମ୍ ବାହାରେ ଶହ ଶହ ଯୁବକ ଯୁବତୀ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ।

Get real time updates directly on you device, subscribe now.