ପ୍ରାଇଭେଟ ଚାକିରିଆଙ୍କ ମୂଳ ବେତନ ସୀମା ବଢାଇବେ ସରକାର: ଖୁବଶୀଘ୍ର ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ପ୍ରାଇଭେଟ କ୍ଷେତ୍ରରେ ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ ଅନୁସାରେ କର୍ମଚାରୀଙ୍କ ମାସିକ ତଥା ଭୂଳ ବେତନର ସୀମା ବୃଦ୍ଧି କରିବା ପାଇଁ ସରକାର ବିଚାର ବିର୍ମା କରୁଛନ୍ତି । କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଏ ନେଇ ପଦକ୍ଷେପ ନେବାକୁ ଯାଉଛନ୍ତି । ପ୍ରାଇଭେଟ କର୍ମଚାରୀଙ୍କ ବେତନର ଏହି ସୀମା ୨୫ ହଜାର କିମ୍ବା ଏହାଠାରୁ ଅଧିକ ହୋଇପାରେ । ବେତନ ସୀମା ବୃଦ୍ଧି ହେବା ସହିତ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ଲାଭ ମଧ୍ୟ ହୋଇପାରିବ । ମୂଳ ବେତନରେ ବୃଦ୍ଧି ହେବା ସହିତ ଅବସର ପରେ ସେମାନଙ୍କୁ ଅଧିନ ନ୍ୟୁନତମ ପେନସନ ମଧ୍ୟ ମିଳିପାରିବ ।

ବର୍ତ୍ତମାନ ନ୍ୟୁନତମ ମୂଳ ବେତନ ସୀମା ୧୫ ହଜାର ଟଙ୍କା ରହିଛି । ୧୦ ବର୍ଷ ପୂର୍ବରୁ ଏହା ୬୫୦୦ ଥିବା ବେଳେ ଏହାକୁ ୧୦ ହଜାରକୁ ବୃଦ୍ଧି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ପୁଣିଥରେ ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇପାରନ୍ତି ସରକାର । ଗତ ଶନିବାର ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଅଧିକାଂଶ ସଦସ୍ୟ ଏହାକୁ ସମର୍ଥନ କରିଛନ୍ତି । କର୍ମଚାରୀଙ୍କ ବେତନରୁ ୧୨% ଅଂଶ ପିଏଫ ଖାତାକୁ କାଟି ନିଆଯାଏ । ଏହାସହିତ ୧% କମ୍ପାନୀ ପିଏଫ ଖାତାରେ ମଧ୍ୟ ଜମା ହୋଇଥାଏ । କମ୍ପାନୀର ଯୋଗଦାନର ୮.୩୩% ଭାଗ ପେନସନ ଫଣ୍ଡକୁ ଯାଇଥାଏ ଏବଂ ୩.୬୭% ପିଏଫ ଖାତାରେ ଜମା ହୋଇଥାଏ ।

ଶେଷ ଥର ପାଇଁ ୨୦୧୪ ମସିହାରେ ଇପିଏଫଓରେ ମୂଳ ବେତନ ସୀମାକୁ ୬୫୦୦ ଟଙ୍କାରୁ ୧୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଗତ ୧୦ ବର୍ଷରେ ମହଙ୍ଗାବୃଦ୍ଧି ଏବଂ ବେତନମାନରେ ମଧ୍ୟ ବୃଦ୍ଧି ହୋଇଛି । ଏହାଦ୍ୱାରା କର୍ମଚାରୀଙ୍କୁ ଭବିଷ୍ୟତରେ ଅଧିକ ପେନସନ ଏବଂ ପିଏଫରେ ଅଧିକ ଧନରାଶି ଜମା କରିବାର ସୁଯୋଗ ମିଳିପାରିବ । ଋଝଓଉ ଅଧୀନରେ ମୋଟ ଦରମା ୨୧,୦୦୦ ଟଙ୍କା ଆଧାରରେ ରିହାତି ଦିଆଯାଏ । ଏଥିରେ ୧.୭୫% କର୍ମଚାରୀଙ୍କ ଅବଦାନ ଏବଂ ୪.୭୫% ନିଯୁକ୍ତିଦାତା ଅବଦାନ ମଧ୍ୟ ସାମିଲ ରହିଛି । ସରକାର ବର୍ତ୍ତମାନ ଇଏସଆଇସି ଅଧୀନରେ ମୋଟ ବେତନ ସୀମା ବୃଦ୍ଧି କରିବାକୁ ମଧ୍ୟ ବିଚାର କରୁଛନ୍ତି। ଆଗାମୀ ବୈଠକରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ବିଶ୍ୱାସ କରାଯାଏ।