fbpx

ଖୁବଶୀଘ୍ର ଆସିବ ସରକାରୀ TrueCaller: ଫର୍ଜି କଲ୍ ଉପରେ ଲାଗିବ ଲଗାମ୍, ଜଣାପଡ଼ିବ ଅସଲି ଲୋକ

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ମୋବାଇଲକୁ ଆସୁଥିବା ଫର୍ଜି କଲ୍ ଉପରେ ଲାଗିବ ଲଗାମ୍ । ଏଥିପାଇଁ ସରକାର ଜାଲ ବିଛାଇବାକୁ ପ୍ରସ୍ତୁତ ହୋଇଛନ୍ତି । ଏଣିକି ୟୁଜର ଜାରିପାରିବେ ସେମାନଙ୍କ ପାଖକୁ କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ । ଏହି ସୁବିଧା ପାଇଁ ସରକାରୀ TrueCaller ଭଳି ସୁବିଧା ଯୋଗାଇ ଦେବା ପାଇଁ TRAI ତରଫରୁ ଡ୍ରାଫ୍ଟ ପ୍ରକାଶ କରିଛି । ଖୁବଶୀଘ୍ର ଆପଣଙ୍କ ମୋବାଇଲରେ କଲ୍ କରୁଥିବା ଲୋକଙ୍କ ନମ୍ବର ସହ ତାଙ୍କ ନାମ ମଧ୍ୟ ଦେଖିବାକୁ ମିଳିବ । ମୋବାଇଲ କନେକ୍ସନ ଫର୍ମରେ ଦେଇଥିବା ନାଁ ହିଁ କେବଳ TrueCallerରେ ଦେଖିବାକୁ ମିଳିବ । ଏହାଦ୍ୱାରା ଫର୍ଜି କଲ୍ ଉପରେ ଲଗାମ୍ ଲଗାଇବାକୁ ସରକାର ବ୍ୟବସ୍ଥା କରିବାକୁ ଯାଉଛନ୍ତି ।

ଏ ନେଇ TRAI ତରଫରୁ ୨୦୨୨ ନଭେମ୍ବର ୨୨ ତାରିଖରେ ‘ଇଣ୍ଡିଆନ୍ ଟେଲିକମ୍ ନେଟୱର୍କରେ କଲିଙ୍ଗ ନେମ୍ ପ୍ରେଜେଣ୍ଟେସନ୍(CNAP)ର ପରିଚୟ’ରେ ଏକ ପରାମର୍ଶ ପତ୍ର ଜାରି କରାଯାଇଛି । ଏଥିରେ ସମସ୍ତ ହିତାଧିକାରୀଙ୍କ ତଥ୍ୟ ମଧ୍ୟ ମାଗିଥିଲା TRAI । ଏଥିପାଇଁ ୦୯.୦୩.୨୦୨୩ ରେ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଆଲୋଚନା ଆୟୋଜିତ ହୋଇଥିଲା । ହିତାଧିକାରୀଙ୍କ ଠାରୁ ମିଳିଥିବା ବୟାନ ଏବଂ ଏହାର ନିଜସ୍ୱ ବିଶ୍ଳେଷଣ ଆଧାରରେ, ଟ୍ରାଇ ‘ଇଣ୍ଡିଆନ୍ ଟେଲିକମ୍ ନେଟୱାର୍କରେ କଲିଂ ନାମ ପ୍ରେଜେଣ୍ଟେସନ (CNAP) ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ।

– ଇଣ୍ଡିଆନ୍ ଟେଲିକମ୍ ନେଟୱର୍କରେ କଲିଙ୍ଗ ନେମ୍ ପ୍ରେଜେଣ୍ଟେସନ୍(CNAP) ସପ୍ଲିମେଣ୍ଟାରୀ ସେବା ପ୍ରଚଳନ କରାଯିବା ଉଚିତ ।

– ସମସ୍ତ ସେବା ପ୍ରଦାନକାରୀ ସେମାନଙ୍କ ଟେଲିଫୋନ୍ ଗ୍ରାହକଙ୍କୁ ସେମାନଙ୍କ ଅନୁରୋଧ ଅନୁଯାୟୀ କଲିଂ ନେମ୍ ପ୍ରେଜେଣ୍ଟେସନ (CNAP) ସପ୍ଲିମେଣ୍ଟାରୀ ସେବା ପ୍ରଦାନ କରିବା ଆବଶ୍ୟକ ।

– ଗ୍ରାହକ ଆବେଦନ ଫର୍ମ (CAF) ରେ ଟେଲିଫୋନ୍ ଗ୍ରାହକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନାମ ଚିହ୍ନଟ ଭାବରେ କେବଳ CNAP ପାଇଁ ବ୍ୟବହୃତ ହେବା ଉଚିତ ।

– ଭାରତୀୟ ଟେଲିକମ୍ ନେଟୱାର୍କରେ CNAP କାର୍ୟ୍ୟକାରୀ କରିବା ପାଇଁ ଏକ ବୈଷୟିକ ମଡେଲ୍ ବର୍ଣ୍ଣନା କରାଯାଇଛି ।

– ସୁପାରିଶଗୁଡିକର ଅନୁମୋଦନ ମିଳିଲେ, ଉପଯୁକ୍ତ କଟ୍ ଅଫ୍ ତାରିଖ ପରେ ଭାରତରେ ବିକ୍ରି ହେଉଥିବା ସମସ୍ତ ଉପକରଣରେ CNAP ସୁବିଧା ଉପଲବ୍ଧ କରିବା ପାଇଁ ସରକାର ଉପଯୁକ୍ତ ନିର୍ଦ୍ଦେଶ ଦେବା ଉଚିତ୍ ।

Get real time updates directly on you device, subscribe now.