fbpx

ଚାକିରି ଗଲେ ବି ୨୦୨୨ ଯାଏଁ ମିଳିବ PF ଟଙ୍କା; ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା। କରୋନା ସମୟରେ ଚାକିରୀ ହରାଇଥିବା ଲୋକଙ୍କ ପାଇଁ ଖୁସି ଖବର। ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କୋରୋନା ରେ ଚାକିରି ହରାଇଥିବା ଲୋକଙ୍କ pf ଅର୍ଥରାଶି ସରକାର ପ୍ରଦାନ କରିବେ। EPFO ଆକାଉଣ୍ଟ ଧାରକଙ୍କ pf ଆକାଉଣ୍ଟରେ ସରକାର ୨୦୨୨ ଯାଏଁ ଏହି ଅର୍ଥରାଶି ଜମା କରିବେ। ତେବେ ଏହି ସୁବିଧାର ଲାଭ ଉଠାଇବା ପାଇଁ ଆପଣ EPFO ରେ ଆଗୁଆ ପଞ୍ଜିକୃତ ହୋଇଥିବା ଆବଶ୍ୟକ।

ନୂତନ ନିଯୁକ୍ତି ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ mgnarega ବଜେଟ୍ ରେ ଅଭିବୃଦ୍ଧି କରାଯାଇଛି। ପୂର୍ବରୁ ୬୦ ହଜାର କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ବଢାଇ ୧ଲକ୍ଷ କୋଟି କରାଯାଇଛି। ସେହିପରି EPFO ଆକାଉଣ୍ଟ ପାଇଁ କର୍ମଚାରୀଙ୍କ ସହିତ କମ୍ପାନୀର ଶେୟାର ମଧ୍ଯ କେନ୍ଦ୍ର ସରକାର ବହନ କରିବେ। ମାତ୍ର କମ୍ପାନୀ ପଞ୍ଜିକୃତ ହୋଇଥିବା ଆବଶ୍ୟକ ବୋଲି ସୀତା ରମଣ ସ୍ପଷ୍ଟ କରିଛନ୍ତି। ମୋଦୀ ସରକାର Msme କୁ ଅଧିକ ଗୁରୁତ୍ଵ ଦେଉଛନ୍ତି ବୋଲି ନିର୍ମଳା କହିଛନ୍ତି।ବିଗତ ଦୁଇ ବର୍ଷ ମଧ୍ୟରେ msme କ୍ଷେତ୍ର ଉନ୍ନତି କରିଥିବା ବେଳେ ବର୍ତ୍ତମାନ ଏହା ଶ୍ରେଷ୍ଠ ସ୍ଥାନରେ ରହିଛି। ଚଳିତ ମୌସୁମୀ ଅଧିବେଶନରେ ଗୃହରେ ପାରିତ ହୋଇଥିବା ବିଧେୟକ msme କୁ ଆହୁରି ସଶକ୍ତ କରିବ ବୋଲି ସୀତାରମଣ କହିଛନ୍ତି।

Get real time updates directly on you device, subscribe now.