fbpx
BJD SKY
BJD SKY

Grain ATM:ରାଜ୍ୟରେ ସ୍ଥାପନ ହେଲା ଶସ୍ୟ ଏଟିଏମ୍, ଏଣିକି ରାସନକାର୍ଡଧାରୀ ମାନେ ଏଟିଏମରୁ ବାହାର କରିବେ ଚାଉଳ, ଗହମ

BJD

ନୂଆଦିଲ୍ଲୀ: ଆଗରୁ ଆପଣ ଜାଣିଥିବେ ଏଟିଏମରୁ କେବଳ ଟଙ୍କା ବାହାରେ। କିନ୍ତୁ ଏବେ ଏଟିଏମରୁ ଶସ୍ୟ ମଧ୍ୟ ବାହାରିଲାଣି। ଉତ୍ତରପ୍ରଦେଶର ନାଗରିକମାନଙ୍କୁ ଚାଉଳ ଏବଂ ଗହମ କିଣିବା ପାଇଁ ଆଉ କିରାଣି ଦୋକାନରେ ଲମ୍ବା ଧାଡିରେ ଠିଆ ହେବାକୁ ପଡ଼ିବ ନାହିଁ । ବର୍ତ୍ତମାନ ସେମାନେ ଦୁଗ୍ଧ, ପାଣି ଏବଂ ଟଙ୍କା ପରି ଏଟିଏମରୁ ରାସନ ମଧ୍ୟ ବାହାର କରିବାକୁ ସକ୍ଷମ ହେବେ। ଏଥିପାଇଁ ସେମାନଙ୍କୁ କେବଳ ନିର୍ଦ୍ଦିଷ୍ଟ ଚାର୍ଜ ଅନୁଯାୟୀ ଏଟିଏମରେ କିଛି ଟଙ୍କା ରଖିବାକୁ ପଡିବ ।

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କ ସୁବିଧା ପାଇଁ ଉତ୍ତରପ୍ରଦେଶ ପ୍ରଶାସନ ଏହି ରାସନ ଏଟିଏମ୍ ଆରମ୍ଭ କରିଛନ୍ତି । ବିଶେଷ କଥା ହେଉଛି ରାଜଧାନୀ ଲକ୍ଷ୍ନୌ ରେ ‘ଶସ୍ୟ ଏଟିଏମ୍’ ନାମରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଜିଲ୍ଲା ଯୋଗାଣ ଅଧିକାରୀ ସୁନୀଲ ସିଂ କହିଛନ୍ତି ଯେ ଏହି ‘ଶସ୍ୟ ଏଟିଏମ୍’ ସ୍ଥାପନ ସହିତ ଓଜନ ହେବାର ଅସୁବିଧା ଶେଷ ହୋଇଛି। ନିର୍ଦ୍ଦିଷ୍ଟ ହାର ଅନୁଯାୟୀ ଗ୍ରାହକମାନେ ଏଟିଏମରେ ଟଙ୍କା ରଖିବେ ଏବଂ ଭିତରୁ ସମାନ ପରିମାଣର ଚାଉଳ ଏବଂ ଗହମ ବାହାରିବ ।

ସୁନୀଲ ସିଂ କହିଛନ୍ତି ଯେ ପୂର୍ବରୁ ଚାଉଳ, ଗହମ ଇତ୍ୟାଦି ଗ୍ରାହକଙ୍କୁ ମାପକାଠିରେ ଓଜନ କରି ଦିଆଯାଉଥିଲା, ବର୍ତ୍ତମାନ ଗ୍ରାହକଙ୍କୁ ରାସନ ବଣ୍ଟନ କାର୍ଯ୍ୟ ଶସ୍ୟ ଏଟିଏମ ମାଧ୍ୟମରେ କରାଯିବ। ଏହାଦ୍ୱାରା ରାସନ ପାଇବାରେ କୌଣସି ଅଭିଯୋଗ ହେବ ନାହିଁ ବୋଲି ସୂଚନା ମିଳିଛି ।

ଜିଲ୍ଲା ଯୋଗାଣ ଅଧିକାରୀ ସୁନୀଲ ସିଂ କହିଛନ୍ତି ଯେ ସମଗ୍ର ଦେଶରେ କେବଳ ୯ ଟି ଏଟିଏମ୍ ସ୍ଥାପନ କରାଯାଇଛି, ସେଥିମଧ୍ୟରୁ ବାରାଣାସୀ, ଗୋରଖପୁର ଏବଂ ଲକ୍ଷ୍ନୌ ରେ ଗୋଟେ ଲେଖା ଏଟିଏମ୍ ସ୍ଥାପନ କରାଯାଇଛି। ଏହାର ସ୍ଥାପନ ପରେ, ଓଜନ କମ ଥିବା ଅଭିଯୋଗରେ ହ୍ରାସ ଘଟିବ। ଏହା ଭାରତରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଛି । ଏହାର ମୂଲ୍ୟ ହେଉଛି ୧୨-୧୫ ଲକ୍ଷ ଟଙ୍କା ।

Get real time updates directly on you device, subscribe now.