fbpx

ବିଷାକ୍ତ ବାୟୁ ମଣିଷର ଆୟୁଷ କମ୍ କରିଦେଉଛି, କେଶ ଶୀଘ୍ର ଝଡ଼ି ଯାଉଛି, ପଶୁପକ୍ଷୀ ବି ହେଉଛନ୍ତି ପ୍ରଭାବିତ- ରିସର୍ଚ୍ଚ

ନୂଆଦିଲ୍ଲୀ: ଦିନକୁ ବାୟୁ ପ୍ରଷୂଷଣ ବଢ଼ିବା ସାଙ୍ଗକୁ ଏହାର ଭୟଙ୍କର ପ୍ରଭାବ ମଣିଷ ଉପରେ ପଡ଼ୁଛି । ତେବେ ବାୟୁ ପ୍ରଦୂଷଣ ମଣିଷ ଶରୀରରେ ଅନେକ ଗମ୍ଭୀର ରୋଗ ସୃଷ୍ଟି କରିବା ସହିତ ଲୋକଙ୍କର ଆୟୁଷକୁ ମଧ୍ୟ ହ୍ରାସ କରୁଛି । ଅର୍ଥାତ ଖରାପ ବାୟୁ ପାଇଁ ମଣିଷ ସମୟ ପୂର୍ବରୁ ହିଁ ମୃତ୍ୟୁବରଣ କରୁଛି । ବାୟୁ ପ୍ରଦୂଷଣ ପାଇଁ ପ୍ରତି ବର୍ଷ ଦେଶର ଲକ୍ଷ ଲକ୍ଷ ଶିଶୁ ମୃତ୍ୟୁମୁଖରେ ପଡ଼ୁଛନ୍ତି ।

ତେବେ ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସୀ ଇନଷ୍ଟିଚ୍ୟୁଟ ପକ୍ଷରୁ ଗତ ୨୦୨୦ରେ କରାଯାଇଥିବା ଷ୍ଟଡି ମୁତାବକ, ବାୟୁ ପ୍ରଦୂଷଣ କାରଣରୁ ବିଶ୍ୱରେ ଜୀବନ ଧାରଣ ସମୟସୀମା ୨.୨ ବର୍ଷ ହ୍ରାସ ଘଟିଛି । ଭାରତରେ ଏହି ହାର ୪ ଗୁଣରୁ ଅଧିକ । ବାୟୁ ପ୍ରଦୂଷଣ ପାଇଁ ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ୭ଟି ରାଜ୍ୟର ୫୧ କୋଟି ଲୋକଙ୍କର ଆୟୁଷ ୭.୬ ବର୍ଷ ହ୍ରାସ ପାଇଛି । ବିହାର ଲୋକଙ୍କର ବୟସ ପାଖାପାଖି ୮ ବର୍ଷ କମ୍ ହୋଇଯାଇଛି ।

ଡାକ୍ତରଙ୍କ ଅନୁଯାୟୀ, ବିଷାକ୍ତ ବାୟୁ କାରଣରୁ ଶୁଗର ସ୍ତର ଅତ୍ୟଧିକ ମାତ୍ରାରେ ବଢ଼ିଯାଇଥାଏ । ଅଧିକାଂଶ ଶ୍ୱାସରୋଗୀଙ୍କ ଶୁଗର ସ୍ତର ଅଧିକ ରହୁଥିବା ଦେଖାଯାଉଛି । ବ୍ଲଡପ୍ରେସର ରୋଗୀଙ୍କୁ ମଧ୍ୟ ବିଷାକ୍ତ ବାୟୁ ଅସୁବିଧାରେ ପକାଉଛି । ବିଷାକ୍ତ ବାୟୁ କାରଣରୁ ବର୍ତ୍ତମାନ ସମୟରେ କେଶ ଝଡ଼ିବା ସମସ୍ୟା ଅଧିକ ଦେଖାଯାଉଥିବା ଚର୍ମ ବିଭାଗର ଜଣେ ପ୍ରଫେସର କହିଛନ୍ତି । କେବଳ ମଣିଷ ନୁହେଁ, ଖରାପ ବାୟୁ ପଶୁପକ୍ଷୀଙ୍କ ମଧ୍ୟରେ ଉଦବେଗ ବଢ଼ାଉଛି । ଅନେକ ସମୟରେ ପକ୍ଷୀମାନଙ୍କର ଆଖି ପ୍ରଭାବିତ ହୋଇ ସେମାନେ ବେହୋସ ହୋଇଯାଆନ୍ତି । ସେମାନଙ୍କର ଚାଲିବା, ଉଡ଼ିବାର କ୍ଷମତା କମିଯାଉଛି । ବିଶେଷ କରି ପଲିଥିନ, ମେଡିକାଲ ମଇଳା ଜିନିଷ ଖାଉଥିବା ପଶୁପକ୍ଷୀ ବେହୋସ୍ ହେଉଥିବା ଦେଖାଯାଉଛି ।

Get real time updates directly on you device, subscribe now.