ନାତି ନିଜ ସ୍ତ୍ରୀକୁ ହତ୍ୟା କରି ଜୀବନ ହାରିଲା, ଜେଜେ ସହି ନପାରି ଜୁଇରେ ଡେଇଁ ପ୍ରାଣହାରିଲେ
ହତ୍ୟାକାରୀ ନାତିର ଜଳୁଥିବା ଜୁଇକୁ ଡେଇଁ ପ୍ରାଣ ହାରିଲା ବୁଢା ଜେଜେ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଶୁକ୍ରବାର ରାତିରେ ଅଭୟ ରାଜ ଯାଦବ ନାମକ ଜଣେ ଯୁବକଙ୍କ ଜଳୁଥିବା ଜୁଇରେ ଡେଇଁ ପ୍ରାଣହାରିଲେ ବୁଢା ଜେଜ ରାମ ଅବରାର ଯାଦବ।
ଶନିବାର ସକାଳେ ଗ୍ରାମବାସୀ ଏହି ଦରପୋଡା ଶବକୁ ଦେଖି ଏହି ବୃଦ୍ଧାଙ୍କୁ ଚିହ୍ନଟ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।
ପୋଲିସ କହିବାନୁସାରେ, ଏସଏଲ ବର୍ମା କହିଛନ୍ତି ଯେ, ଶୁକ୍ରବାର ଦିନ ଅଭୟ ନିଜ ସ୍ତ୍ରୀ ସବିତା ଯାଦବଙ୍କୁ କୁରାଢୀରେ ହତ୍ୟା କରିଥିଲା। ଏହାପରେ ସେ ନିଜେ ଫାଶୀଦେଇ ପ୍ରାଣ ହାରିଥିଲା।
ଶବ ବ୍ୟବଚ୍ଛେଦ ପରେ ଦୁହିଁଙ୍କର ଶବ ସତ୍କାର ଶୁକ୍ରବାର ରାତିରେ କରାଯାଇଥିଲା। ଏହି ଘଟଣାରେ ପୁଅର ଜେଜେ ବାପା ଚିନ୍ତାରେ ଥିଲେ। ଏହାପରେ ସେ ନିଜେ ପୁଅ ଏବଂ ବୋହୂ ଜୁଇରେ ଡେଇଁପଡି ପ୍ରାଣ ହାରିଛନ୍ତି।