fbpx

Bank Of Baroda ରେ ବଡ଼ ନିଯୁକ୍ତି ସୁଯୋଗ: ୧,୨୦,୦୦୦ ମିଳିବ ଦରମା, ବାସ୍ କରନ୍ତୁ ଏହି କାମ

Advertisement

ଓଡ଼ିଶା ଭାସ୍କର: ବର୍ତ୍ତମାନ ଭାରତର କୋଟି କୋଟି ଗ୍ରାହକଙ୍କ ଭରସାର ବ୍ୟାଙ୍କ ପାଲଟିଛି ବ୍ୟାଙ୍କ ଅଫ ବରୋଦା । ଏହି ବ୍ୟାଙ୍କରେ ନିଯୁକ୍ତି ପାଇବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି । ଏଥିପାଇଁ ବ୍ୟାଙ୍କ ଅଫ ବରୋଦା କର୍ପୋରେଟ ଆଣ୍ଡ ଇନଷ୍ଟିଚ୍ୟୁସନାଲ କ୍ରେଡିଟ ବିଭାଗରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାର କରିଛି । ତେବେ ଆପଣ ମଧ୍ୟ ଯଦି ବ୍ୟାଙ୍କରେ ଚାକିରି କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟତା ହାସଲ କରିଛନ୍ତି, ତେବେ ଏହାର ଅଫିସିଆଲ ୱେବସାଇଟ bankofbaroda.inକୁ ଯାଇ ଆବେଦନ କରିପାରିବେ ।

ଏହି ଭର୍ତ୍ତି ଜରିଆରେ ମୋଟ ୬୨୭ ପଦରେ ନିଯୁକ୍ତି ଦେବାକୁ ଯାଉଛି ବ୍ୟାଙ୍କ ଅଫ୍ ବରୋଦା ।ବ୍ୟାଙ୍କ ଅଫ ବରୋଦା ବିଭିନ୍ନ ପଦରେ ମୋଟ ୬୨୭ ପୋଷ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଏଥିରୁ ରେଗୁଲାର ଆଧାରରେ ୧୬୮ ପଦବୀ ଏବଂ କଣ୍ଟ୍ରାକ୍ଟରେ ୪୫୯ ପଦବୀ ପୂରଣ କରାଯିବ । ବ୍ୟାଙ୍କ ଅଫ ବରୋଦାର ଏହି ନିଯୁକ୍ତି ପାଇଁ ନିମ୍ନଲିଖିତ ଯୋଗ୍ୟତା ରହିବା ଆପଶ୍ୟକ । ବ୍ୟାଙ୍କ ଅଫ ବରୋଦାରେ ନିଯୁକ୍ତି ପାଇବା ପାଇଁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୪୫ ବର୍ଷ ବୟସ ହୋଇଥିବା ଆବଶ୍ୟକ । ତେବେ ପ୍ରତ୍ୟେକ ପଦ ପାଇଁ ବୟସ ସୀମା ଭିନ୍ନ ରହିଛି ।

ଆବେଦନ ପାଇଁ ଶୁଳ୍କ

ସାଧାରଣ, ଓବିସି ଏବଂ ଇଡବ୍ଲୁଏସ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ- ଟ. ୬୦୦+ ଟାକ୍ସ
ଏସସି/ଏସଟି/ପିଡବ୍ଲୁଡି/ମହିଳାମାନଙ୍କ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ- ଟ. ୧୦୦+ ଟାକ୍ସ

Get real time updates directly on you device, subscribe now.