fbpx

୧୮ ମହଲା ଉପରୁ ବାଲକୋନୀରେ ଛିଡା ହୋଇ ମା’କୁ ଡାକୁଥିଲା ବେଳେ ଘଟିଲା ଅଘଟଣ, ତଳେ ଖସି ପଡି ୧୨ ବର୍ଷର ବାଳକର ମୃତ୍ୟୁ

Advertisement

ଗ୍ରେଟର ନୋଏଡା: ଏଠାରେ ଏକ ଫ୍ଲାଟର ବାଲକୋନୀରୁ ଖସି ପଡି ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ହୋଇଯାଇଛି । ତଳେ ଛିଡା ହୋଇଥିବା ନିଜ ମା’କୁ ବାଲକୋନୀରୁ ଡାକୁଥିବା ବେଳେ ଖସିପଡି ବାଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଏହି ମାମଲାକୁ ନେଇ ପୋଲିସରେ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ କରାଯାଇ ନାହିଁ ।

ନୋଏଡା ଏକ୍ସଟେନସନ୍ ଅର୍ଥାତ୍ ଗ୍ରେଟର ନୋଏଡା ୱେଷ୍ଟରେ ଏହି ଘଟଣା ଘଟିଛି । ବିସରଖ ଅଞ୍ଚଳର ଏକ୍ ଡିଭାଇନ୍ ସୋସାଇଟିରେ ଗତ ଗୁରୁବାର ରାତି ୯ଟା ସମୟରେ ୧୮ ମହଲା ବିଶିଷ୍ଟ କୋଠାର ବାଲକୋନିରୁ ପଡି ୭ ମ କ୍ଲାସରେ ପଢୁଥିବା ଜଣେ ବାଳକର ମୃତ୍ୟୁ ହୋଇଛି । ପିଲାଟି ସେହି କୋଠା ପରିସରରେ ତଳେ ଥିବା ନିଜ ମାକୁ ଡାକିବା ଲାଗି ବାଲକୋନିରୁ ତଳକୁ ଝାଙ୍କୁଥିବା ବେଳେ ଏଭଳି ଅଘଟଣ ଘଟିଛି ।

ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ଘଟଣା ଘଟିବା ସମୟରେ ବାଳକଟି ଏକାକୀ ବାଲକୋନୀରେ ଥିଲା ଓ ତାର ମାତା ପିତା କେହି ଫ୍ଲାଟ୍ ରେ ନ ଥିଲେ । ପିଲାର ବାପା କୌଣସି କାମରେ ବାହାରକୁ ଯାଇଥିବା ବେଳେ ମା’ ତଳକୁ ଯାଇଥିଲେ । ଏହି ସମୟରେ ପିଲାଟି ନିଜ ମାଙ୍କୁ ଡାକିବା ଲାଗି ୧୮ ମହଲାରୁ ତଳକୁ ଦେଖିବାକୁ ଚେଷ୍ଟା କରୁଥିଲା ।

ପିଲାର ପିତା ଗ୍ରେଟର ନୋଏଡାରେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିବାରୁ ସେମାନେ ସପରିବାର ଏହି ଫ୍ଲାଟରେ ରହୁଥିଲେ । ତେବେ ନୋଏଡାରେ ଏହିପରି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ୮ ମହଲା ବିଶିଷ୍ଟ କୋଠାର ବାଲକୋନୀରୁ ଡେଇଁ ଏକ ୫ ବର୍ଷର ପିଲାର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.