fbpx
BJD SKY
BJD SKY

(video)କ୍ଲାଇମେଟ୍ ର‌୍ୟାଲିରେ ଗ୍ରେଟାଙ୍କୁ ବିରୋଧ , ରାଗରେ ଷ୍ଟେଜ୍ ଉପରକୁ ଚଢି ଆସି ଛଡାଇନେଲେ ମାଇକ୍‌

BJD

ନୂଆଦିଲ୍ଲୀ:ସ୍ୱିଡେନର ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ ଆମଷ୍ଟରଡର୍ମରେ ଜଳବାୟୁ ପରିବର୍ତ୍ତନକୁ ନେଇ ଆୟୋଜିତ ଏକ ର‌୍ୟାଲିରେ ଭାଷଣ ଦେଉଥିବା ସମୟରେ ତାଙ୍କ ସହ କିଛି ଅଘଟଣ ଘଟିଯାଇଛି । ସେ ନିଜ ବକ୍ତବ୍ୟ ରଖୁଥିବା ସମୟରେ ଜଣେ ବ୍ୟକ୍ତି ହଠାତ୍ ଷ୍ଟେଜ୍ ଉପରକୁ ଉଠି ଆସି ତାଙ୍କ ହାତରୁ ମାଇକ୍ ଛଡାଇବାକୁ ଲାଗିଥିଲେ । ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ କି ଗ୍ରେଟା କ୍ଲାଇମେଟ୍ ର‌୍ୟାଲିକୁ ରାଜନୈତିକ ଇଭେଣ୍ଟରେ ବଦଳାଇ ଦେଉଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ପ୍ରକୃତ ଘଟଣା ହେଉଛି ଗ୍ରେଟା ଷ୍ଟେଜ୍‌ରେ ଜଣେ ପାଲେଷ୍ଟାଇନ ଓ ଜଣେ ଆଫଗାନ ମହିଳାଙ୍କୁ ବକ୍ତବ୍ୟ ରଖିବାକୁ ଆମନ୍ତ୍ରିତ କରିଥିଲେ । ଏହି ସମୟରେ ବ୍ୟକ୍ତି ଜଣକ ଷ୍ଟେଜ୍ ଉପରକୁ ଚାଲି ଆସିଥିଲେ ଓ କହିଥିଲେ ମୁଁ ଏଠାକୁ କ୍ଲାଇମେଟ୍ ଲାଗି ହେଉଥିବା ପ୍ରଦର୍ଶନ ଲାଗି ଆସିଛି । କୌଣସି ରାଜନୈତିକ ଦୃଷ୍ଟିକୋଣ ଲାଗି ଆସିନାହିଁ ।

ଗ୍ରେଟା ଷ୍ଟେଜ୍‌ରେ କହିଥିଲେ କି ଆମେ କ୍ଲାଇମେଟ୍‌କୁ ନ୍ୟାୟ ଦେବା ପରିପ୍ରେକ୍ଷୀରେ ସେମାନଙ୍କ ସ୍ୱର ମଧ୍ୟ ଶୁଣିବା ଉଚିତ ଯେଉଁମାନଙ୍କ ଉତ୍ପୀଡନ ହେଉଛି ଓ ଯେଉଁମାନେ ସ୍ୱାଧୀନତା ଓ ନ୍ୟାୟ ଲାଗି ଲଢୁଛନ୍ତି । ଏହି ସମୟରେ ଗ୍ରେଟା ପାରମ୍ପାରିକ ପାଲେଷ୍ଟାନୀୟ ସ୍କାର୍ଫ ବି ପିନ୍ଧିଥିଲେ । ଏକ ମିଡିଆ ରିପୋର୍ଟ ଅନୁସାରେ ର‌୍ୟାଲିରେ ଥିବା ଲୋକମାନେ ପାଲେଷ୍ଟାନୀୟଙ୍କ ସମର୍ଥନରେ ନାରା ଦେଉଥିଲେ । ଅନ୍ୟପକ୍ଷରେ ଗ୍ରେଟାଙ୍କ ହାତରୁ ମାଇକ୍ ଛଡାଇଥିବା ବ୍ୟକ୍ତିଙ୍କ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ ।

ଏହାପୂର୍ବରୁ ଗ୍ରେଟା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଥିଲେ କି ସେ ଗାଜା ସହ ରହିଛନ୍ତି । ଏହା ଉପରେ ମଧ୍ୟ ବହୁତ ବିବାଦ ହୋଇଥିଲା । ଏପରିକି ଇସ୍ରାଏଲ ସେନା ମଧ୍ୟ କଡା ପ୍ରତିକ୍ରିୟା ରଖିଥିଲେ । ଏଠାରେ ସୂଚାଇ ଦିଆଯାଇପାରେ କି ଆମଷ୍ଟରଡର୍ମରେ ଆୟୋଜିତ ଏହି ଜଳବାୟୁ ର‌୍ୟାଲିରେ ପ୍ରାୟ ୭୦,୦୦୦ ଲୋକ ସାମିଲ ହୋଇଥିଲେ ।

Get real time updates directly on you device, subscribe now.