fbpx

ଚଉଠିରାତି ପୂର୍ବରୁ ବର ନିଖୋଜ! ଏପରି ଅବସ୍ଥାରେ କନିଆ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ବାହାଘର ପରେ ଜଣେ ବର ଚଉଠିରାତି ପୂର୍ବରୁ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛି । ଏହି ଘଟଣା ଉତ୍ତରପ୍ରଦେଶର ପିଲିଭିତ ଜିଲ୍ଲାରେ ଘଟିଛି । ବିବାହର ପରଦିନ ନିଖୋଜ ଘଟଣାରେ କନ୍ୟା ସମେତ ପରିବାରବର୍ଗ ଚିନ୍ତାରେ ଅଛନ୍ତି । ୨୪ ଘଣ୍ଟା ପରେ କୌଣସି ସୂଚନା ନମିଳିବାରୁ ଚିନ୍ତିତ ହୋଇ ପରିବାରଲୋକେ ଥାନାରେ ରିପୋର୍ଟ ଦାଖଲ କରିଛନ୍ତି । ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି ।

ତେବେ ଚଉଠିରାତି ପୂର୍ବରୁ ବର ଅଚାନକ୍ ନିଖୋଜ ହେବାରୁ କନ୍ୟା କାନ୍ଦିବାରେ ଲାଗିଛନ୍ତି । ଜଣାପଡିଛି ଯେ, ନିଖୋଜ ହୋଇଥିବା ବର ସେହି ଗାଁର ଲୋକେନ୍ଦ୍ର ଯାଦବ । ଲୋକେନ୍ଦ୍ର ସେହି ଗାଁର ପ୍ରଧାନ ମଧ୍ୟ କାର୍ଯ୍ୟରତ । ୯ ଡିସେମ୍ବରରେ ତାଙ୍କର ବିବାହ ହୋଇଥିବା ବେଳେ ୧୦ ତାରିଖରେ ସେ ନିଜ କନିଆକୁ ସାଙ୍ଗରେ ନେଇ ଘରକୁ ଫେରିଥିଲେ ।

ପୋଲିସ ସୂତ୍ରରୁ ସୂଚନା ମିଳିଛି ଯେ, ଲୋକେନ୍ଦ୍ରଙ୍କୁ ରାତି ପ୍ରାୟ ୧୧ଟା ବେଳକୁ ୨ ଜଣ ଫୋନ କରିଥିଲେ । ଫୋନ୍ ଆସିବା ପରେ ଲୋକେନ୍ଦ୍ର ଘରୁ ବାହାରି ଯାଇଥିଲେ କିନ୍ତୁ ଆଉ ଫେରିନଥିଲେ । ସେହି ସମୟରେ ଲୋକେନ୍ଦ୍ରଙ୍କ ସହ ଶେଷ କଥା ହୋଇଥିବା ଲୋକଙ୍କୁ ପଚରାଉଚରା କରୁଛି ପୋଲିସ ।

Get real time updates directly on you device, subscribe now.