ନୂଆଦିଲ୍ଲୀ: ବିବାହରେ ବରଣମାଳ ସମୟରେ ବର-କନ୍ୟା ନିଜ ନିଜ ମଧ୍ୟରେ ଥଟ୍ଟା ବଜା କରିଥାନ୍ତି । ସେଠାରେ ଉପସ୍ଥିିତ ଥିବା ଲୋକମାନେ ଏହାର ମଜା ନେଇଥାନ୍ତି । ହେଲେ ଗୋଟିଏ ବିବାହରେ ବର ଓ କନ୍ୟା ଉଭୟଙ୍କ ଉପରେ ଏତେ ରାଗିଯାଇଛନ୍ତି ଯେ, ମାରପିଟ୍ ଉପରକୁ କଥା ଆସିଯାଇଛି । ଇନଷ୍ଟାଗ୍ରାମରେ ଏହି ବିବାହର ଏକ ଭିଡିଓ ସାମନାକୁ ଆସିଛି । ଯାହାକୁ ଦେଖି ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଇନଷ୍ଟାଗ୍ରାମରେ ଜଣେ ୟୁଜର୍ ଏକ ମଜାଦାର୍ କ୍ୟାପସନ୍ ସହିତ ଏହି ଭିଡିଓଟିକୁ ଅପଲୋଡ୍ କରିଛନ୍ତି । ଏହି ଭିଡିଓରେ ଆପଣ ମାନେ ଦେଖିବାକୁ ପାଇବେ ଯେ, ଷ୍ଟେଜ୍ ଉପରେ ବରଣ ମାଳ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି କଥା ଅଭିମାନ କରି ବର, କନ୍ୟା ଉପରକୁ ଏକ ଫୁଲ ଫୋପାଡି ଦେଉଛି । ଏହି କଥାରେ କନ୍ୟା ମଧ୍ୟ ବର ଉପରକୁ ଏକ ଫୁଲ୍ ଫିଙ୍ଗୁଛି । ଆଉ ଏହାପରେ ବର କୁ ଏତେ ମାତ୍ରାରେ ରାଗି ଯାଇଛି ଯେ, କନ୍ୟାକୁ ଏକ ଜୋରଦାର୍ ଚାପୁଡା ମାରି ଦେଉଛି । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି । ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେଉଛି । ଏଥିରେ ୟୁଜର୍ସଙ୍କର ମଜାଦାର୍ କମଣ୍ଟେ୍ ଦେଖିବାକୁ ମିଳିଛି ।