fbpx

ଗଣେଶ ଭସାଣୀରେ ଛୁରାମାଡ଼: ଜଣେ ମୃତ, ଏକାଧିକ ଆହତ

କଟକ: ଝିମିଟି ଖେଳରୁ ମହାଭାରତ । ଗଣେଶ ଭସାଣୀରେ ଛୁରାମାଡ । ପ୍ରଥମେ ବଚସା, ହାତାହାତି ପରେ ଛୁରାମାଡ ।  ଏହି ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆଠଗଡ ଖୁଣ୍ଟିଆ ଥାନା ଧୁରୁଷିଆ ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ତେବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା 3ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡିଛି । ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ମୃତକ ଜଣକ ନାବାଳକ ବୋଲି ଜଣାପଡିଛି । ପ୍ରକୃତରେ କେଉଁ କାରଣ ପାଇଁ ଛୁରାମାଡ ହୋଇଛି, ସନେଇ ସଠିକ ତଥ୍ୟ ମିଳିପାରି ନାହିଁ ।

ସୂଚନା ଅନୁସାରେ, ଧରୁଷିଆ ଗାଁରେ ଗଣେଶ ଭସାଣୀ ସମୟରେ ପ୍ରଥମେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ କଥା କଟାକଟି ଉଗ୍ରରୂପ ନେଇଥିଲା । ଆରୋପ ପ୍ରତ୍ୟାରୋପ ପରେ ଛୁରାମାଡ ଆରମ୍ଭ ହୋଇଥିଲା । ଏହି କାଣ୍ଡରେ ଜଣଙ୍କର ଜୀବନ ଯାଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଯାଇଛି । ତେବେ ପରିସ୍ଥିତି ଅଣାୟତ ହେବା କାରଣରୁ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

 

Get real time updates directly on you device, subscribe now.